ଆଠମଲ୍ଲିକ ନିର୍ବାଚନମଣ୍ଡଳୀ ଏସଆଇଆରରେ ରାଜ୍ୟରେ ପ୍ରଥମ

add-all

ଭୁବନେଶ୍ୱର: ରାଜ୍ୟରେ ଚାଲୁ ରହିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶନିବାର ସୁଦ୍ଧା ରାଜ୍ୟର ପ୍ରାୟ ୯୯.୬୨ ପ୍ରତିଶତ ଅର୍ଥାତ ୩ କୋଟି ୩୨ ଲକ୍ଷ ୭୨ ହଜାର ୩୦୮ ଭୋଟରଙ୍କୁ ସଫଳତାର ସହ ପରିଗଣନା ଫର୍ମ ବଣ୍ଟନ କରାଯାଇଛି ।

ଏହା ସହିତ ସଂଗୃହିତ ତଥ୍ୟର ଡିଜିଟାଇଜେସନ ପ୍ରକ୍ରିୟା ମଧ୍ୟ ଦ୍ରୁତ ଗତିରେ ଚାଲିଛି, ଯେଉଁଥିରେ ୭୫.୮୪ପ୍ରତିଶତ ଅର୍ଥାତ ୨କୋଟି ୫୩ଲକ୍ଷ ୨୯ହଜାର ୩୨୯ ଭୋଟରଙ୍କର ଡିଜିଟାଇଜେସନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ସମସ୍ତ ପରିଗଣନା ଫର୍ମ ବଣ୍ଟନ, ସଂଗ୍ରହ ଓ ଡିଜିଟାଇଜେଶନ କରିବାରେ ସାରା ରାଜ୍ୟରେ ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରଥମ କରି ୧୦୦ ପ୍ରତିଶତ ଡିଜିଟାଇଜେସନ ହାସଲ କରି ରେକର୍ଡ କରିଛି । ଏବେ ରାଜ୍ୟର ଅନ୍ୟ ପ୍ରମୁଖ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ୯୯ ପ୍ରତିଶତରୁ ଅଧିକ ଡିଜିଟାଇଜେସନ ପ୍ରକ୍ରିୟା ଅତି ଦ୍ରୁତ ଗତିରେ ଆଗେଇ ଚାଲିଛି । ଏହି ସଫଳତା ପାଇଁ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ସମସ୍ତ ବିଏଲଓ, ସୁପରଭାଇଜର, ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଓ ସମସ୍ତ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି l

ସେହିପରି ଡିଜିଟାଇଜେସନରେ ଜିଲ୍ଲାକ୍ଷେତ୍ରରେ ସୁବର୍ଣ୍ଣପୁର, ଦେବଗଡ, ସୁନ୍ଦରଗଡ ଯଥାକ୍ରମେ ୮୯.୬୧, ୮୮.୬୧ ଓ ୮୮.୨୪ ପ୍ରତିଶତ ସହ ଆଗରେ ରହିଛନ୍ତି ।

ad-week
Leave A Reply

Your email address will not be published.