
ଭୁବନେଶ୍ବର: ମାନସିକ ଶାନ୍ତି ପାଇଁ ଯୋଗ । ଯୋଗ କେବଳ ଶରୀରକୁ ସୁସ୍ଥ ରଖେନି ଆତ୍ମାକୁ ସନ୍ତୁଳନ ରଖେ । ଅନ୍ତର୍ଜାତୀୟ ଯୋଗ ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । କଳିଙ୍ଗ ଷ୍ଟାଡିୟମଠାରେ ରାଜ୍ୟସ୍ତରୀୟ ଯୋଗ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଶାରୀରିକ ବ୍ୟାୟାମ ଠାରୁ ଯୋଗ ବହୁ ଉପରେ । ଯୋଗ ହେଉଛି ଜୀବନର ଅଂଶ । ସାରା ବିଶ୍ବରେ ଲୋକପ୍ରିୟତା ଅର୍ଜନ କରିଛି ଯୋଗ । ଏହା ଜୀବନ ବଞ୍ଚିବାର ଏକ କଳା । ଶାରୀରିକ, ବୌଦ୍ଧିକ, ମାନସିକ ବିକାଶ ପାଇଁ ଯୋଗ ନିତ୍ୟାନ୍ତ ଆବଶ୍ୟକ ।
ପୃଥିବୀର ସବୁ ଦେଶରେ ଯୋଗ ଦିବସ ପାଳନ କରାଯାଉଛି । ଦୈନିକ ଯୋଗ ଓ ପ୍ରାଣାୟମକୁ ଜୀବନଶୈଳୀରେ ସାମିଲ କରିବାକୁ ଯୁବପିଢ଼ିଙ୍କୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯୁବପିଢ଼ି ଅଧିକ ମୋବାଇଲ ବ୍ୟବହାର କରୁଛନ୍ତି । ସୋସିଆଲ ମିଡ଼ିଆରେ ଅଧିକ ସମୟ କାଟୁଛନ୍ତି । ମୋବାଇଲ ବ୍ୟବହାର ନକରି ପ୍ରତିଦିନ ୩୦ ମିନିଟ ବ୍ୟାୟାମ କରନ୍ତୁ ବୋଲି ଯୁବପିଢ଼ିଙ୍କୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ।
