ପାଲିଆ ପଞ୍ଚାୟତ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ: ଯୋଗ ହିଁ ସୁସ୍ଥ ବାର୍ଦ୍ଧକ୍ୟ ଓ ନିରାମୟ ଜୀବନର ଆଧାର…

add-all

ଉମରକୋଟ/ଝରିଗାଁ, ୨୧/୦୬ (ରସିକ ସରକାର): ସାରା ବିଶ୍ୱରେ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହେଉଥିବା ଅବସରରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ପାଲିଆ ପଞ୍ଚାୟତ ପରିସରରେ ଏହି ଦିବସ ବେଶ୍ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି।

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ନବୀନ ଚନ୍ଦ୍ର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଲିଆ ସରପଞ୍ଚ ରାଧା ସାନ୍ତା, ପୂର୍ବତନ ସରପଞ୍ଚ ପବିତ୍ର ସାନ୍ତା ଓ ନାଏବ ସରପଞ୍ଚ ଶୁକଦେବ ସାନ୍ତା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହିତ ରମେଶ ହରିଜନ, ମହାଦେବ ମାଝୀ, ସିଏସସି ଭିଏଲଇ (CSC VLE) ସଚିନ ସାନ୍ତା, ହିସାବ ରକ୍ଷକ ଆନନ୍ଦ ଚିନ୍ତାମଣି ପାତ୍ରଙ୍କ ସମେତ ସମସ୍ତ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ୱାର୍ଡ ସଦସ୍ୟ ଓ ସ୍ଥାନୀୟ ଜନସାଧାରଣ ଏହି ସାମୂହିକ ଯୋଗ ଶିବିରରେ ସାମିଲ ହୋଇଥିଲେ।

ଏହି ଅବସରରେ ପିଇଓ ଶ୍ରୀ ପଟ୍ଟନାୟକ ଯୋଗର ଆବଶ୍ୟକତା ଓ ଏହାର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ, “ଶାରୀରିକ, ମାନସିକ ଓ ଆତ୍ମିକ ସୁସ୍ଥତା ବଜାୟ ରଖିବା ସହ ଏକ ସୁସ୍ଥ ଓ ସକ୍ରିୟ ବାର୍ଦ୍ଧକ୍ୟ ଲାଭ କରିବା ପାଇଁ ଦୈନନ୍ଦିନ ଜୀବନରେ ଯୋଗର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।”

କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷଜ୍ଞଙ୍କ ନିର୍ଦ୍ଦେଶନାରେ ପଦ୍ମାସନ, ମୟୂରାସନ, ବୃକ୍ଷାସନ, ଶୀର୍ଷାସନ, ଧନୁରାସନ, ସିଂହାସନ ଓ ହଲାସନ ଭଳି ବିଭିନ୍ନ ଜଟିଳ ଓ ସହଜ ଯୋଗାସନର ସଫଳ ଅଭ୍ୟାସ କରିଥିଲେ। ଶେଷରେ, ନିଜକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ପ୍ରତିଦିନ ନିୟମିତ ଭାବେ ଯୋଗାଭ୍ୟାସ କରିବାକୁ ସମସ୍ତେ ମିଳିତ ଭାବେ ସଂକଳ୍ପ ଓ ଶପଥ ଗ୍ରହଣ କରିଥିଲେ।

ad-week
Leave A Reply

Your email address will not be published.