
ବରଗଡ଼: ବରଗଡ଼ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଏକ କେନାଲରୁ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ପରିଚୟ ମିଳିପାରିନି । ବରଗଡ଼ ଜିଲ୍ଲା ବରପାଲି ଥାନା ସତଳମା ରାସ୍ତାର ବିଶିପାଲି ବ୍ରିଜ ନିକଟସ୍ଥ କେନାଲରୁ ଉଦ୍ଧାର ହୋଇଛି ମୃତଦେହ । ପାଣିରେ ମହିଳାଙ୍କ ମୃତଦେହ ଭାସୁଥିବା ବେଳେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଯାହା ପରେ ରାମପୁର ଓ ବରପାଲି ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ଥିଲା ଉଭୟେ ଥାନା ପୋଲିସ । କେନାଲ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ମହିଳା ଜଣକ କାନଫୁଲ ଓ ସୁନା ଚୁଡ଼ି ପିନ୍ଧି ଥିବାରୁ କେମିତି ତାଙ୍କ ମୃତ୍ୟୁ ହେଲା ତାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ତନାଘନା ଚଲାଇଛି । ତେବେ ହତ୍ୟା ନା ଆତ୍ମହତ୍ୟା ସେନେଇ ଅସ୍ପଷ୍ଟ ରହିଛି ।
