ଗଞ୍ଜାମ ଜିଲ୍ଲା ରେ ନକଲି ସାମ୍ବାଦିକ ବୃଦ୍ଧି : ଅସଲି କିଏ ? ନକଲି କିଏ ? କହିବ କିଏ?

add-all

ବିନା ପଞ୍ଜିକରଣ ରେ ୟୁଟ୍ୟୁବ ସାମ୍ବାଦିକ ମାଳ ମାଳ….!
ବୁମ୍ ଲଗାଇ ଦେଉଛନ୍ତି ଧମକ, ଆମ କଥା ବୁଝ ନଚେତ ଆମେ ତୁମ କଥା ବୁଝିବୁ …..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ମାଳ ମାଳ ୟୁଟ୍ୟୁବ ର ବିଭିନ୍ନ ନାଁ ରେ ଚେନେଲ ର ସମ୍ପାଦକ କହି ବଟି ଆଦାୟ କରୁଥିବା ଦେଖିବାକୁ ମିଳୁଛି। ବିଭିନ୍ନ ସ୍ଥାନରେ ହେଉଥିବା ସଭା ସମିତି ଗୁଡ଼ିକରେ ଅବାଧ ରେ ପ୍ରବେଶ କରି ନିଜେ ବେଆଇନ ଭାବେ ଗୋଟେ ନାଁ ରେ ୟୁଟ୍ୟୁବ ଚେନେଲ କରି ତାହାର ସମ୍ପାଦକ ବୋଲି ଦାବୀ କରି ବୁମ ଲଗାଇ ଆମ ଲେଖା ବୁଝ ବୋଲି କହୁଥିବା ଜଣା ପଡିଛି। ବର୍ତ୍ତମାନ ଭଲ ବ୍ୟବସାୟ ହେଉଛି ସାମ୍ବାଦିକ ବୋଲି ଲୋକେ କହିଲେଣି l କିଛି ଅପାଠୁଆ ଯୁବକ ମାନେ ବିଭିନ୍ନ ନାଁ ଦେଇ ୟୁଟ୍ୟୁବ ରେ ଖବର ପ୍ରକାଶ କରିବା ଭଳି ଅଭିନୟ କରି ସାଧାରଣ ଲୋକଙ୍କୁ ଲୁଟୁ ଥିବା ଅଭିଯୋଗ ହେଉଛି। ଏଭଳି ଅନଭିଜ୍ଞ ଚାଟୁକାର ବିଭିନ୍ନ ୟୁଟ୍ୟୁବ ଚେନେଲ କରିଥିବା ଠକ ମାନଙ୍କ ପ୍ରତିଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଗଞ୍ଜାମ ଜିଲ୍ଲା ପାଳ ଓ ଏସପି ଙ୍କୁ ସଚେତନ ମହଲ ରୁ ଦାବୀ ହେଉଛି। କେବେଳ ସାଧାରଣ ଜନତା ନୁହଁ ଏପରିକି ବିଭିନ୍ନ ଅଫିସ ଭିତରେ ପଶି ଅଫିସର ମାନଙ୍କୁ ଧମକ ଦେଉଥିବା ନଜିର ଵି ରହିଛି l ଏହି ବେନାମୀ ସାମ୍ବାଦିକ ମାନଙ୍କ ଭିଡ଼ ମୁଖ୍ୟତଃ ଥାନା ମାନଙ୍କ ରେ ଦେଖିବାକୁ ମିଳୁଛି ଏମାନେ ସାମ୍ବାଦିକ କମ ଦଲଲି ପ୍ରବଳ କରନ୍ତି l ଏହି ଦଲାଲ ସାମ୍ବାଦିକ ଯୋଗୁଁ ଅସଲି ସାମ୍ବାଦିକ ମାନେ ସାମ୍ବାଦିକ ର ପରିଚୟ ଦେବାକୁ ଦୁରେଇ ଗଲେଣି l ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ପୋଲିସ ଧ୍ୟାନ ଦେବା ଜରୁରୀ l ଗାଡ଼ିରେ ପ୍ରେସ ଲେଖି ଲୋକଙ୍କୁ ଭୁଆଁ ବୁଲାଇବା ସହିତ ନାନା ଅପରାଧୀ କାର୍ଯ୍ୟ ରେ ଲିପ୍ତ ରହୁଥିବା ନଜିର ଵି ରହିଛି ବର୍ତ୍ତମାନ ଏହିମାନେ ମାଫିଆ ମାନଙ୍କ ଗେଲ୍ହା ପୁଅ l ଏମାନେ ମାଫିଆ ମାନଙ୍କ ଗୁପ୍ତଚର ରୂପେ କାମ କରୁଥିବା ଦେଖିବାକୁ ମିଳୁଛି ଯାହାକି ପୋଲିସ ପାଇଁ ମୁଣ୍ଡ ବ୍ୟଥା ସାଜିଛି l ମଦ, ଜୁଆ ଆଡ୍ଡା ଚଳାଇବାରେ ବାବୁ ମାନେ ମାହିର l ତେଣୁ ଜିଲ୍ଲା ପ୍ରଶାସନ ଧ୍ୟାନ ଦେବାକୁ ସାଧାରଣ ରେ ଅଭିଯୋଗ ହେଉଛି l ମୁଖ୍ୟତଃ ଆସିକା, ଭଞ୍ଜନଗର, ଖଲ୍ଲିକୋଟ, କୋଦଳା, ଦିଗପହଣ୍ଡି ଏବଂ ଖୋଦ ବ୍ରହ୍ମପୁର ରେ ଏପରି ନକଲି ବେନାମୀ ସାମ୍ବାଦିକ ପ୍ରବଳ ମାତ୍ରାରେ ଘୁରି ବୁଲୁଛନ୍ତି ବୋଲି ଅଭିଯୋଗ ହେଉଛି l

ad-week
Leave A Reply

Your email address will not be published.