ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କ ଠାରୁ ୩୦ ଲକ୍ଷର ଗହଣା ଠକିନେଲା ରସିକିଆ ଡାକ୍ତର

add-all

ଭୁବନେଶ୍ୱର : ଲଭ-ସେକ୍ସ-ଧୋକା । ମହିଳାଙ୍କ ଟଙ୍କାରେ ବିଦେଶ ବୁଲୁଥିବା ରସିକିଆ ଡାକ୍ତର ଗିରଫ । ଡାକ୍ତର ଅବିନାଶ ମହାନ୍ତିଙ୍କୁ ଉମର କୋଟରୁ ଗିରଫ କଲା ପୋଲିସ । ଭୁବନେଶ୍ବର ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ ପୀଡିତା । ଶାରୀରିକ ସମ୍ପର୍କ ରଖିବା ସହ ବିବାହର ପ୍ରଲୋଭନ ଦେଖାଇ ଠକିଦେଇଥିବା ଅଭିଯୋଗ ହୋଇଛି । ଏପରିକି ୩୦ ଲକ୍ଷ ଟଙ୍କାର ସୁନା ଗହଣା ନେଇ ଚମ୍ପଟ ହୋଇଯାଇଥିବା ଏତଲାରେ ରହିଛି । ଅଭିଯୋଗ ପରେ ତଦନ୍ତ କରି ଡାକ୍ତରଙ୍କୁ ଗିରଫ କରିଛି ପୋଲିସ । ଅବିନାଶ ଏବେ ସାନଖେମୁଣ୍ଡି ଅଞ୍ଚଳରେ ସରକାରୀ ମେଡିକାଲରେ ଡାକ୍ତର ଅଛନ୍ତି ।

ଅଭିଯୋଗ ଅନୁସାରେ ପୀଡ଼ିତା କିଛି ଦିନ ତଳେ ଅବିନାଶ ମହାନ୍ତିଙ୍କ ସହ ସାମାଜିକ ଗଣମାଧ୍ୟମରେ ପରିଚିତ ହୋଇଥିଲେ । ପରେ ଉକ୍ତ ଯୁବକ ପୀଡ଼ିତାଙ୍କୁ ଦେଖା କରିବାକୁ ଡାକିଥିଲେ । ପରେ ତାଙ୍କୁ ଫୋନ୍ କରି ହ୍ବାଟ୍ସସାପ ଲୋକେସନ୍ ସେୟାର କରିବାକୁ କହିଥିଲେ। ଉଭୟଙ୍କ ଦେଖା ସାକ୍ଷାତ ସମୟରେ ସେଠାରେ ଅବିନାଶ ତାଙ୍କୁ କିଛି ପାନୀୟରେ ନିଶା ଦେଇ ଅସଦାଚରଣ କରିବା ସହ ଅଶ୍ଳୀଳ ଭିଡିଓ ରେକର୍ଡ କରିଥିଲେ । ପରବର୍ତ୍ତୀ ସମୟରେ ଉକ୍ତ ଭିଡିଓ ପ୍ରଘଟ କରିଦେବାକୁ ଧମକ ଦେଇ ଯୁବକ ଜଣକ ତାଙ୍କଠାରୁ ବାରମ୍ବାର ଟଙ୍କା ଓ ସୁନ ଅଳଙ୍କାର ନେଇଥିବା ପୀଡ଼ିତା ଅଭିଯୋଗରେ ଦର୍ଶାଇଛନ୍ତି । ଏପରିକି ଅଭିଯୁକ୍ତ ଉକ୍ତ ଭିଡିଓ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ।  ଅଭିଯୁକ୍ତ ତାଙ୍କର ସମସ୍ତ ସୁନା ଅଳଙ୍କାର ଓ ଟଙ୍କା ନେଇଥିବା ବେଳେ ପରେ ତାହା ଫେରାଇବାକୁ ମନା କରିଦେଇଥିଲା । ଟଙ୍କା ଓ ସୁନା ଫେରସ୍ତ କରିବାକୁ ପୀଡ଼ିତା ଜିଦ୍ କରିବାରୁ ଅଭିଯୁକ୍ତ ପୀଡ଼ିତାଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲା ।  ପୀଡ଼ିତାଙ୍କ ଠାରୁ ଅଭିଯୁକ୍ତ ପ୍ରାୟ ୩୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଅର୍ଥ ଠକି ନେଇଥିବା ଅଭିଯୋଗ କରିଥିଲେ ପୀଡିତା ।

ad-week
Leave A Reply

Your email address will not be published.