ବିବାହିତା ଝିଅ ମଧ୍ୟ ପାଇବେ ଅନୁକମ୍ପାମୂଳକ ନିଯୁକ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ

add-all

କଟକ : ବିବାହିତା ଝିଅ ମଧ୍ୟ ଅନୁକମ୍ପାମୂଳକ ନିଯୁକ୍ତି ପାଇବାକୁ ହକଦାର । ଏଭଳି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ଜଣେ ଝିଅ ବିବାହ କରି ସାରି ଥିବାରୁ ତାକୁ ଅନୁକମ୍ପାମୂଳକ ନିଯୁକ୍ତିରୁ ବଞ୍ଚିତ କରିବା ଉଚିତ ନୁହେଁ ବୋଲି ଓଡିଶା ହାଇକୋର୍ଟଙ୍କ ମାନ୍ୟବର ବିଚାରପତି ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ଢେଙ୍କାନାଳର ଗୋରୀ ଜେନା ନାମ୍ନୀ ଜଣେ ଆବେଦନକାରିଣୀଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଆବେଦନକାରିଣୀଙ୍କ ବାପା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗରେ ଚାକିରୀ କରିଥିଲେ। ଚାକିରିରେ ଥିବା ଭିତରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ତାଙ୍କର ବିବାହିତା ଝିଅ ଗୋୖରୀ ଜେନା ଢେଙ୍କାନାଳ ସିଡ଼ିଏମଓଙ୍କୁ ଅନୁକମ୍ପାମୂଳକ ଚାକିରି ପାଇଁ ଆବେଦନ କରିଥିଲେ । ତେବେ ଗୌରୀ ବିବାହିତା ଦର୍ଶାଇ ଢେଙ୍କାନାଳ ସିଡିଏମଓ ୨୦୧୬ ଜୁଲାଇ ୨୮ ତାରିଖରେ ଆବେଦନକୁ ଖାରଜ କରି ଦେଇଥିଲେ । କେବଳ ବିବାହ କରିଥିବାରୁ ନିଯୁକ୍ତିରୁ ବଞ୍ଚିତ କରାଯିବା ସମ୍ବିଧାନର ଧାରା ୧୪, ୧୫ ଓ ୧୬ର ଉଲ୍ଲଂଘନ କରୁଛି ବୋଲି ହାଇକୋର୍ଟ ମତ ଦେଇଛନ୍ତି । ଆବେଦନ କାରିଣୀଙ୍କ ଦାବିକୁ ଗ୍ରହଣ କରି ଦୁଇ ମାସ ମଧ୍ୟରେ ନୂଆ ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ad-week
Leave A Reply

Your email address will not be published.