ପୌର ପରିଷଦ ପାଇଁ ଛକାପଞ୍ଝା ଆରମ୍ଭ : ଚର୍ଚ୍ଚାରେ ତାପସ, ଶାରଳା, ପ୍ରଦୀପ୍ତ

add-all

ନୟାଗଡ : ନୟାଗଡ଼ ପୌର ପରିଷଦ ପାଇଁ ଆରମ୍ଭ ହୋଇଛି ଛକାପଞ୍ଝା।ପୌର ନିର୍ବାଚନ ପୂର୍ବରୁ ନୟାଗଡ଼ରେ ଆଶାୟୀଙ୍କ ଶକ୍ତି ପ୍ରଦର୍ଶନ ମଧ୍ୟ ବେଶ୍ ଚର୍ଚ୍ଚାକୁ ଆସିଛି ।୨୦୧୯ରେ ନୟାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପୌର ପରିଷଦ ମାନ୍ୟତା ପାଇଥିଲା । ନୟାଗଡ଼ ପୌର ପରିଷଦର ପ୍ରଥମ ଅଧ୍ୟକ୍ଷ ଭାବରେ ବିଜେଡିରୁ ନିରୁପମା ଖଟେଇ ନିର୍ବାଚିତ ହୋଇଥିଲେ ।ନୟାଗଡ଼ ସହରରେ ଶ୍ରୀମତୀ ଖଟେଇଙ୍କ ଲୋକପ୍ରିୟତା ଏବଂ ବିଜେଡିର ଦୃଢ଼ ସଂଗଠନ ପାଇଁ ୨୦୨୨ ପୌର ନିର୍ବାଚନରେ ବିଜେପି ପାର୍ଥି ତନୁଶ୍ରୀ ସାମଲଙ୍କୁ ୬୪୬୩ ଭୋଟ ରେ ହରାଇଥିଲେ ।ନିରୁପମା ୮୭୪୦ ଭୋଟ ପାଇଥିବା ବେଳେ ତନୁଶ୍ରୀ ମାତ୍ର ୨୨୭୭ ଭୋଟ ପାଇଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ସ୍ୱାଗତିକା ନାୟକ ୧୯୭ ଭୋଟ ପାଇଥିବା ବେଳ ସ୍ଵାଧୀନ ପ୍ରାର୍ଥୀ ୫୫ ଭୋଟ ପାଇଥିଲା ।ଆଗାମୀ ପୌର ନିର୍ବାଚନରେ ନୟାଗଡ଼ରୁ ପୁନର୍ବାର ଅଧ୍ୟକ୍ଷ ହେବାର ସମ୍ଭାବନା ଥିବା ବେଳେ ସେ ବିଜେପି ଦଳକୁ ଯିବାକୁ ଚର୍ଚ୍ଚା ହେଉଛି ।ନିରୁପମାଙ୍କ ଆଭିମୁଖ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ବିଜେଡିର ପୂର୍ବତନ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ନୟାଗଡ଼ ପୌର ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ସୂଚନା ମିଳିଛି।ସେହିପରି ନୟାଗଡ଼ ପୌର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ସାଙ୍ଗଠନିକ ଦୃଷ୍ଟିକୋଣରୁ ଆଗାମୀ ପୌର ନିର୍ବାଚନ ପାଇଁ ବିଜେଡିରୁ ପ୍ରାର୍ଥୀ ହେବା ମଧ୍ୟ ଆଲୋଚନା ହେଉଛି ।କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ପାଇଁ କୌଣସି ସୂଚନା ମିଳିନାହିଁ ତଥାପି ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାସ ବିଜେପି ବିଜେଡି କଳିରୁ ଫାଇଦା ଉଠାଇବା ଲକ୍ଷରେ କଂଗ୍ରେସ ରହିଛି ଏବଂ ଏକାଧିକ ଆଶାୟୀ କଂଗ୍ରେସ ସହ ଯୋଗାଯୋଗରେ ରହିଥିବା ସେ ପ୍ରକାଶ କରିଛନ୍ତି।
ସେହିପରି ବିଜେପି ପକ୍ଷରୁ ତାପସ ରଞ୍ଜନ ପାଢୀ ତାଙ୍କର ସମର୍ଥକ ମାନଙ୍କୁ ନେଇ ରଣନୀତି ଆରମ୍ଭ କରିଥିବା ବେଳେ ସାଙ୍ଗଠନିକ ଦୃଷ୍ଟି କୋଣରୁ କବି ତଥା ବ୍ୟବସାୟୀ ରଞ୍ଜନ ରଶ୍ମୀ ଜେନାଙ୍କ ପତ୍ନୀ ଶାରଳା ସାମନ୍ତରାୟ ସର୍ବାଗ୍ରେ ରହିଛନ୍ତି ।ସେହିପରି ପ୍ରଦୀପ୍ତ ପ୍ରକାଶ ଆଚାର୍ଯ୍ୟ ମଧ୍ୟ ନୟାଗଡ଼ ପୌର ପରିଷଦ ନିର୍ବାଚନ ପାଇଁ ଆଶାୟୀ ଥିବା ଜଣାପଡିଛି ।ନିକଟରେ ପ୍ରଦୀପ୍ତ ରଜ ଉତ୍ସବ, ଓଏଏସ, ମାଟ୍ରିକରେ ସଫଳତା ପାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରି ବେଶ ଚର୍ଚ୍ଚାରେ ରହିଛନ୍ତି ।ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଏବଂ ବିଜେପି ମଣ୍ଡଳ ସଭାପତି ଦେବୀ ପ୍ରସାଦ ସାହୁଙ୍କ ନାମ ପୌର ପରିଷଦ ଅଧ୍ୟକ୍ଷ ପାଇଁ ଚର୍ଚ୍ଚା ହେଉଥିବା ବେଳେ ଉଭୟେ ଏହାକୁ ଖଣ୍ଡନ କରିଛନ୍ତି।

ad-week
Leave A Reply

Your email address will not be published.