ଷ୍ଟ୍ରିଟ୍ ଲାଇଟ୍ ପ୍ରକଳ୍ପରେ ବଡ଼ ଦୁର୍ନୀତି ଅଭିଯୋଗ, ଯାଞ୍ଚ ଜାରି ରଖିଛି ଭିଜିଲାନ୍ସ

add-all

ଯାଜପୁର : ଷ୍ଟ୍ରିଟ୍ ଲାଇଟ୍ ପ୍ରକଳ୍ପରେ ବଡ଼ ଦୁର୍ନୀତି ଅଭିଯୋଗ ଘଟଣା ରେ ଯାଜପୁର ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଜାରି । ଆଜି ଦ୍ଵିତୀୟ ଦିନରେ ଯାଜପୁର ଜିଲ୍ଲାର ୮ ଟି ବ୍ଲକ ଅଞ୍ଚଳରେ ଭିଜିଲାନ୍ସ ବିଭାଗର ଯାଞ୍ଚ ସହ ଚଢ଼ାଉ ଜାରି ରହିଛି । ଜିଲ୍ଲାରେ ମୋଟ ୮ଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଏହି ଯାଞ୍ଚ କରାଉଛି। ଗତକାଲି ବଡଚଣା ବ୍ଲକ ର ୧୦ଟି ପଞ୍ଚାୟତରେ ଯାଞ୍ଚ ହୋଇଥିବା ବେଳେ ଆଜି ଜିଲ୍ଲାର ୮ଟି ବ୍ଲକ ତଥା ଯାଜପୁର, ବିଞ୍ଝାରପୁର, ଦଶରଥପୁର, ବରୀ, କୋରେଇ, ଦାନଗଦୀ, ରସୁଲପୁର, ସୁକିନ୍ଦା ବ୍ଲକ ଅଂଚଳ ଗସ୍ତ କରି ବିଭିନ୍ନ ଗାଁ କୁ ଯାଇ ଷ୍ଟ୍ରିଟ୍ ଲାଇଟ୍ ଯାଞ୍ଚ କରୁଛି ଭିଜିଲାନ୍ସ ବିଭାଗ। ରାଜ୍ୟରେ ଷ୍ଟ୍ରିଟ୍ ଲାଇଟ୍ ପ୍ରକଳ୍ପରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିବା ରୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହାର ଖୋଳତାଡ଼ ଆରମ୍ଭ ହୋଇଛି । ୨୦୨୧ରୁ ୨୦୨୩ ମଧ୍ୟରେ କେନ୍ଦୁଝର, ନୟାଗଡ଼ ଏବଂ ଯାଜପୁର ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତ ଗୁଡ଼ିକରେ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ କାର୍ଯ୍ୟରେ ସରକାରୀ ଅର୍ଥ ହଡପ୍ ହୋଇଥିବା ଅଭିଯୋଗ ଆସିଛି।

ad-week
Leave A Reply

Your email address will not be published.