ଷ୍ଟ୍ରିଟ୍ ଲାଇଟ୍ ପୋଲ୍ ଚୋରି ମାମଲା: ଅଭିଯୁକ୍ତଙ୍କ ଗୋଦାମ ଭାଙ୍ଗିଲା ପୋଲିସ ଓ ପ୍ରଶାସନ

add-all

ଭୁବନେଶ୍ବର: ସ୍ମାର୍ଟ ସିଟି ରାଜଧାନୀରେ ଷ୍ଟ୍ରିଟ୍ ଲାଇଟ୍ ପୋଲ ଚୋରି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ। ଆଜି ଅଭିଯୁକ୍ତମାନଙ୍କ ଗୋଦାମ ଘରକୁ ଭାଙ୍ଗିଛି ପୋଲିସ ଓ ପ୍ରଶାସନ । ବେଆଇନ୍ ଭାବେ ଗଢ଼ିଉଠିଥିବା ଗୋଦାମ ଘରକୁ ବୁଲଡୋଜର ଲଗାଇ ଭଙ୍ଗାଯାଇଛି । ଏଥିସହ ଫେରାର ଅଭିଯୁକ୍ତ ସେକ୍ ହମିଦଙ୍କୁ ଧରିବା ଲାଗି ମଧ୍ୟ ଚଢ଼ାଉ ଜାରି ରହିଛି । ଦୀର୍ଘଦିନ ଧରି ରାଜଧାନୀର ବିଭିନ୍ନ ସ୍ଥାନରୁ ଷ୍ଟ୍ରିଟ୍ ଲାଇଟ୍ ଓ ଇଲେକ୍ଟ୍ରିକ୍ ପୋଲ ଚୋରି କରି ପୋଲିସ ପାଇଁ ମୁଣ୍ଡବିନ୍ଧା ସାଜିଥିବା ଅଭିଯୁକ୍ତ ସେକ୍ ଯାଇବୁର ଓ ସେକ୍ ହମିଦ । ସେମାନଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ ।

ଖାରବେଳନଗର ଥାନା ଅଞ୍ଚଳରେ ରହୁଥିବା ଏହି ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ସେକ୍ ଯାଇବୁର ପୂର୍ବରୁ ଗିରଫ ହୋଇଛି ।  ସେକ୍ ହମିଦ ଏବେ ବି ଫେରାର । ଜନପଥରେ ବିଏମସି ପକ୍ଷରୁ ଲାଗିଥିବା ଲକ୍ଷାଧିକ ଟଙ୍କାର ସ୍ମାର୍ଟ ସିଟି ଷ୍ଟ୍ରିଟ୍ ଲାଇଟ୍ ପୋଲ ଖୋଲି ବିକ୍ରି ଅଭିଯୋଗରେ ଯାଇବୁରଙ୍କୁ ଗିରଫ କରିଥିଲା ପୋଲିସ । ଶ୍ରୀୟା ଛକ ଅଞ୍ଚଳରେ କବାଡ଼ି ବ୍ୟବସାୟ ଆଡୁଆଳରେ ଚୋରି ଚାଲିଥିଲା । ଦିନରେ କବାଡ଼ି ବ୍ୟବସାୟ ଓ ରାତିରେ ଚୋରି କରି ଚୋରା ସାମଗ୍ରୀ ଗୋଦାମରେ ମହଜୁଦ ରଖାଯାଉଥିବା ଅଭିଯୋଗ ରହିଛି ।

ad-week
Leave A Reply

Your email address will not be published.