
ବ୍ରହ୍ମପୁର: ଦୁର୍ଘଟଣା ନେଲା ଦୁଇ ଯୁବକଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟି – ପଲସର ମୁହାମୁହିଁ ଧକ୍କା । ଦୁଇ ଯୁବକ ମୃତ, ଜଣେ ଗୁରୁତର ହୋଇ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି । ଘଟଣାସ୍ଥଳରେ ଦିଗପହଣ୍ଡି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ହେଲେ ପାଟପୁର ଗାଁର କାଳିଆ ସ୍ୱାଇଁ ଓ ଲକ୍ଷ୍ମୀପୁର ଗାଁର ଭୋଳା ସେଠୀ l ଦୁର୍ଘଟଣାସ୍ଥଳରୁ ତିନି ଜଣଙ୍କୁ ଦିଗପହଣ୍ଡି ମେଡିକାଲ ଅଣାଯାଇଥିଲା, କିନ୍ତୁ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ ।
ସୂଚନାଯୋଗ୍ୟ, ବୁଧବାର ଦିନ ଭୁବନେଶ୍ୱର ଖଣ୍ଡଗିରି ଓଭରବ୍ରିଜ୍ ଉପରେ ବଡ଼ ଦୁର୍ଘଟଣା ଘଟିଥିଲା । ବର୍ତ୍ତିଲା ଆଇନଜୀବୀଙ୍କ ଜୀବନ । ସୌଭାଗ୍ୟବଶତଃ ମୃତ୍ୟୁ ମୁଖରୁ ଫେରିଲେ ଜଣେ ଆଇନଜୀବୀ । ଦ୍ରୁତଗତିରେ ଏକ ଟ୍ରକ ଚଳନ୍ତା କାରକୁ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଧକ୍କା ଦେଇ ଟାଣି ନେଇଥିବା ଅଭିଯୋଗ ହୋଇଥିଲା । କାରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ଚାଳକ ଆଇନଜୀବୀ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଥିଲା । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିଲା।
