
ପୁରୀ: ଶୃଙ୍ଖଳିତ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ମକ ଡ୍ରିଲ । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ସୁରକ୍ଷିତ ଭାବେ ଆଗାମୀ ରଥଯାତ୍ରା ଓ ସ୍ନାନଯାତ୍ରା ଶେଷ କରିବାକୁ ହୋଇଛି ମକ ଡ୍ରିଲ । ପୁରୀ ଟାଉନ ଥାନା ପରିସରରେ ଇଣ୍ଟିଗ୍ରେଟେଡ କମାଣ୍ଡ ଓ କଣ୍ଟ୍ରୋଲ କେନ୍ଦ୍ରରେ ମକ ଡ୍ରିଲ ଅନୁଷ୍ଠିତ ହୋଇଛି । ପରେ ପୁରୀ ବଡ଼ଦାଣ୍ଡରେ ମକଡ୍ରିଲ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଣ୍ଡୁଳି ଏନଡିଆରଏଫ ଥାର୍ଡ ବାଟାଲିୟନର ଯବାନ, ଓଡ୍ରାଫ, ଅଗ୍ନିଶମ, ସ୍ବାସ୍ଥ୍ୟ ମିତ୍ର, ଆପଦକାଳୀନ ମିତ୍ର,ସେଣ୍ଟ ଜନ ଆମ୍ବୁଲାନ୍ସ ,ସିଭିଲ ଡିଫେନ୍ସ,ଅନ୍ୟାନ୍ୟ ବିଭାଗ ଓ ବିଭିନ୍ନ ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତା ପ୍ରମୁଖ ସାମିଲ ହୋଇଥିଲେ ।
ସ୍ନାନଯାତ୍ରା ସମୟରେ କୌଣସି ଅଘଟଣ ଘଟିଲେ କିପରି ତାହାର ସଫଳ ମୁକାବିଲା ତ୍ୱରାନ୍ୱିତ ଭାବରେ କରାଯାଇ ପାରିବ ତାହାର କୌଶଳ ପ୍ରଦର୍ଶନ କରାଯାଇଥିଲା । ମକ ଡ୍ରିଲ ଦ୍ୱାରା ସମସ୍ତେ ସଶକ୍ତ ହେବା ସହ କାର୍ଯ୍ୟକୁ ଖୁବ୍ ଭଲ ଭାବରେ ପରିଚାଳନା କରିବାର ଅଭିଜ୍ଞତା ହାସଲ କରିଛନ୍ତି । ଶ୍ରୀକ୍ଷେତ୍ର ଆସି ଶ୍ରଦ୍ଧାଳୁ କିପରି ସୁଖଦ ଅନୁଭୂତି ନେଇ ଫେରିବେ ସେନେଇ ମକ ଡ୍ରିଲ ମାଧ୍ୟମରେ ଗ୍ରୀନ କରିଡ଼ର କରାଯାଇଥିଲା ।
