ରାମ ମନ୍ଦିର ଦାନରାଶି ଚୋରି ମାମଲାରେ ୮ ଅଭିଯୁକ୍ତ ଗିରଫ

add-all

ଉତ୍ତରପ୍ରଦେଶ : ଅଯୋଧ୍ୟା ରାମ ମନ୍ଦିର ଦାନରାଶି ଚୋରି ମାମଲାରେ ପୋଲିସ ସମସ୍ତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ପୂର୍ବରୁ ପୋଲିସ ସମସ୍ତଙ୍କୁ ହେପାଜତକୁ ନେବା ସହିତ ଗୁରୁବାର ସନ୍ଧ୍ୟାରେ ସେମାନଙ୍କୁ ଅଟକ ରଖି ଅଯୋଧ୍ୟାର ରାମ ଜନ୍ମଭୂମି ପୋଲିସ ଷ୍ଟେସନରେ ପଚାରା ଉଚରା କରିଥିବା ଜଣାପଡିଛି । ପୋଲିସ ଆଜି ଏହି ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରିବ ।

ସୂଚନାନୁଯାୟୀ, ଗତକାଲି ରାତିସାରା ପଚରାଉଚରା ପରେ ଆଜି ସକାଳେ ସେମାନଙ୍କୁ ଗିରଫ କରାଯାଇଛି । ଏଥିସହ ସେହି ଅଭିଯୁକ୍ତଙ୍କ ପରିଚୟକୁ ମଧ୍ୟ ପୋଲିସ୍ ଚିହ୍ନଟ କରିଛି । ଚୋରି ମାମଲାରେ ଗିରଫ ହୋଇଥିବା ୮ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ରମାକାନ୍ତ ଓରଫ ଟିନୁ ଯାଦବ, ସୁଭାଷ ଶ୍ରୀବାସ୍ତବ, ଅନୁକଲ୍ପ ମିଶ୍ର, ଲାଭକୁଶ ମିଶ୍ର, ଅଭିନାଶ ଶୁକ୍ଳା, କରୁଣେଶ ପାଣ୍ଡେ, ମନୀଷ ଯାଦବ ଏବଂ ରମାଶଙ୍କର ମିଶ୍ର ସାମିଲ ଅଛନ୍ତି । ଏମାନେ ସମସ୍ତେ ଦାନ ରାଶି ଗଣନାରେ ସାମିଲ ଥିବା ସୂଚନା ମିଳିଛି । ଗିରଫ ହୋଇଥିବା ୬ ଜଣ କ୍ୟାସିଅର ରହିଛନ୍ତି । ଯେତେବେଳେ ଟିନୁ ଯାଦବଙ୍କ କାମ ନଗଦ ଗଣନା ତଦାରଖ କରିବା ଏବଂ ବ୍ୟାଙ୍କକୁ ନେବା ଦାୟିତ୍ତ୍ବରେ ଥିଲେ ସେହି ସମୟରେ ଗିରଫ ସୁଭାଷ ଶ୍ରୀବାସ୍ତବଙ୍କ ତତ୍ତ୍ୱାବଧାନରେ ସମସ୍ତ ଛଅ ଜଣ କ୍ୟାସିୟର ରାମ ମନ୍ଦିରରେ ପ୍ରାପ୍ତ ଦାନର ହିସାବ ରଖୁଥିଲେ ।

ରାମ ଜନ୍ମଭୂମି ଟ୍ରଷ୍ଟର ସଦସ୍ୟ କୃଷ୍ଣ ମୋହନଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇଥିଲା । ଚୋରି ମାମଲା ପ୍ରକାଶ ପାଇବା ପରେ ତଦନ୍ତ ପାଇଁ SITକୁ ହସ୍ତାନ୍ତର କରାଯାଇଥିଲା । SIT ରିପୋର୍ଟ ପ୍ରକାଶ ପାଇବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଏହା ପରେ ପୋଲିସ ସମସ୍ତ ଆଠ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରି ଶେଷରେ ସେମାନଙ୍କୁ ଗିରଫ କରିଥିଲା ।

ଅନ୍ୟପଟେ ଟିନୁ ଯାଦବ ନାମରେ ଜଣାଶୁଣା ରାମଶଙ୍କର ଯାଦବ ଅଧିକ ଦାନରାଶି ଚୋରି କରିଥିଲେ ବୋଲି ଏହି ମାମଲାର ତଦନ୍ତରୁ ଜଣାପଡିଛି । ଯେଉଁ ବାକ୍ସରେ ଦାନରାଶି ରଖାଯାଉଥିଲା ତାହାର ଚାବି ମଧ୍ୟ ତାଙ୍କ ପାଖରେ ଥିଲା । ମନ୍ଦିରରେ କାହାକୁ ଚାକିରି ଦିଆଯିବ ଏବଂ ଦାନରାଶି ଗଣନା ପାଇଁ କିଏ ଦାୟୀ ହେବ ତାହା ନିଷ୍ପତ୍ତି ନେବା ପାଇଁ ସେ ଦାୟୀ ଥିଲେ । ମନ୍ଦିର ପରିସରରେ ପୋଲିସ କର୍ମଚାରୀଙ୍କୁ କେଉଁଠାରେ ନିୟୋଜିତ କରାଯିବ ତାହା ଟିନୁ ଯାଦବ ନିଷ୍ପତ୍ତି ନେଇଥିଲେ । ତେଣୁ ଏହି ଚୋରି ମାମଲାରେ ପ୍ରଥମେ ତାଙ୍କୁ ସନ୍ଦେହ କରାଯାଇଥିଲା ଏବଂ ଏବେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ।

ad-week
Leave A Reply

Your email address will not be published.