ମୌସୁମୀ ପ୍ରକୋପ, ଭୂସ୍ଖଳନ ପାଇଁ ସତର୍କତା ଜାରି କଲା ଆଇଏମଡି

add-all

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ, ଗୁଜରାଟ ସମତେ ଦେଶର ଅନେକ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହୋଇଛି । ଖୁବ୍ ଶୀଘ୍ର ମଧ୍ୟ ଉତ୍ତରପ୍ରଦେଶ ଏବଂ ରାସ୍ଥାନରେ ମୌସୁମୀ ବାୟୁ ପ୍ରବେଶ କରିବାକୁ ଯାଉଛି । ମୌସୁମୀ ଯୋଗୁଁ ଅନେକ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ପଶ୍ଚିମବଙ୍ଗ ଏବଂ ସିକିମ ସମେତ ସମସ୍ତ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଲଗାତାର ବର୍ଷା ଯୋଗୁଁ ଏହି ରାଜ୍ୟଗୁଡ଼ିକରେ ଭୂସ୍ଖଳନର ଆଶଙ୍କା ମଧ୍ୟ ରହିଛି ।

ଏଥିସହ ପ୍ରବଳ ବର୍ଷା ଯୋଗୁଁ ହିମାଚଳ ପ୍ରଦେଶର ରାଜଧାନୀ ସିମଲାରେ ରାସ୍ତା ଜଳମଗ୍ନ ରହିଛି । ଫଳରେ ଲୋକମାନଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଛି । ଢାଲି ଅଞ୍ଚଳରେ ମଧ୍ୟ ମୌସୁମୀ ପ୍ରଭାବ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଯୋଗୁଁ ଡ୍ରେନ୍ ଭିତରେ ୩ଟି ଗାଡ଼ି ଭଗ୍ନାବଶେଷରେ ପୋତି ହୋଇଯାଇଥିବା ଜଣାପଡିଛି । ଏହା ବ୍ୟତୀତ ପ୍ରବଳ ବର୍ଷା ଯୋଗୁଁ ସ୍କୁଲ ପିଲା, ଅଫିସ୍ କର୍ମଚାରୀ  ଏବଂ ଅନ୍ୟାନ୍ୟ ଯାତ୍ରୀମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହାରି ମଧ୍ୟରେ ପାଣିପାଗ ବିଭାଗ ଚମ୍ବା, ଶିମଲା, କୁଲୁ, ମାଣ୍ଡି ଏବଂ ସିରମୌର ଜିଲ୍ଲାରେ ବର୍ଷା ଏବଂ ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଏହି ସମୟରେ ଘଣ୍ଟା ପ୍ରତି ୪୦ କିଲୋମିଟର ପର୍ଯ୍ୟନ୍ତ ପବନ ବହିବାର ସମ୍ଭାବନା ରହିଛି । ଆଗାମୀ ସାତ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଋତୁ ଜାରି ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେଣୁ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ନଦୀ, ଝରଣା, ଭୂସ୍ଖଳନ ପ୍ରବଣ ଅଞ୍ଚଳ ଏବଂ ପର୍ବତ ଢାଲ ଅଞ୍ଚଳକୁ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କୁ ନଯିବାକୁ ପ୍ରଶାସନ ଓ ପାଣିପାଗ ବିଭାଗ ଅନୁରୋଧ କରିଛନ୍ତି ।

ଅନ୍ୟପଟେ ମୌସୁମୀ ଗୁଜୁରାଟ ଏବଂ ମଧ୍ୟପ୍ରଦେଶରେ ପହଞ୍ଚିଛି ବୋଲି ଆଇଏମଡି ସୂଚନା ଦେଇଛି । ଏହା ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ବିହାରର ଅଧିକାଂଶ ଅଞ୍ଚଳକୁ ମଧ୍ୟ ପ୍ରଭାବିତ କରିଛି । ବହୁତ ଶୀଘ୍ର ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନରେ ମଧ୍ୟ ମୌସୁମୀ ପହଞ୍ଚିପାରେ । ତଥାପି, ମୌସୁମୀ ଆସିବା ପୂର୍ବରୁ ଅଧିକାଂଶ ରାଜ୍ୟରେ ବର୍ଷା ଆରମ୍ଭ ହୋଇସାରିଛି ।

ad-week
Leave A Reply

Your email address will not be published.