
ମହାରାଷ୍ଟ୍ର : ପୁଣି ଲିକ୍ ହେଲା ପ୍ରଶ୍ନପତ୍ର। ମହାରାଷ୍ଟ୍ରରେ ହେବାକୁ ଥିବା ଟିଇଟି(ଶିକ୍ଷକ ଯୋଗ୍ୟତା ପରୀକ୍ଷା)ପୂର୍ବରୁ ପ୍ରଶ୍ନପତ୍ର ଅଭିଯୋଗ। ଆସନ୍ତାକାଲି ଟିଇଟି ପରୀକ୍ଷା ଅନୁଷ୍ଠିତ ହୋଇଥାଆନ୍ତା। କିନ୍ତୁ ୨୪ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ଲିକ ଘଟଣା ସାମ୍ନାକୁ ଆସିଛି। ଘଟଣା ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ର ରାଜ୍ୟ ପରୀକ୍ଷା ପରିଷଦ (MSEC) ପରୀକ୍ଷାକୁ ସ୍ଥଗିତ ରଖିଛି। ନୂତନ ତାରିଖ ଘୋଷଣା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣାକୁ ନେଇ ମହାରାଷ୍ଟ୍ର ପୁଲିସ ତତ୍ପର ହୋଇଛି। ପେପର ଲିକ୍ ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ଥାଣେର ଭିୱାଣ୍ଡି ଅଞ୍ଚଳର ଅନେକ ସ୍ଥାନରେ ଚଢାଉ କରିଛି। ଜବତ ପେପର ଯାଞ୍ଚ କରିବା ପାଇଁ ପରୀକ୍ଷା ପରିଷଦ ଅଧିକାରୀଙ୍କୁ ଡକାଯାଇଥିଲା। ପୋଲିସ କହିଛି ଯେ ଏହି ମାମଲାରେ ଅନେକ ଲୋକଙ୍କୁ ଅଟକ ରଖାଯାଇଛି, ଯଦିଓ ସଂଖ୍ୟା ପ୍ରକାଶ କରାଯାଇ ନାହିଁ। ଟିଇଟି ପରୀକ୍ଷାକୁ ୪.୨୮ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଦେଇଥାଆନ୍ତେ।ରାଜ୍ୟରେ ୧୭୨୯ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇଥାଆନ୍ତା। ୧୮୦୦ ଏଆଇ ଭିତ୍ତିକ ସିସିଟିଭି କ୍ୟାମେରା ଲଗାଯିବା ନେଇ ବ୍ୟବସ୍ଥା କରାଯାଇଥିଲା। ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ପ୍ରାର୍ଥୀମାନଙ୍କ ପାଇଁ ବାୟୋମେଟ୍ରିକ୍ ଏବଂ ମୁହଁ ଚିହ୍ନଟ ବ୍ୟବସ୍ଥା ଥିଲା। ସ୍କ୍ରିନିଂ ପାଇଁ ମେଟାଲ୍ ଡିଟେକ୍ଟର ବ୍ୟବହାର କରାଯିବାକୁ ଥିଲା।ମୋବାଇଲ୍ ଫୋନ୍, ସ୍ମାର୍ଟୱାଚ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଜିନିଷ ନିଷେଧ କରିଥିଲା ବୋର୍ଡ।
ପରୀକ୍ଷାକେନ୍ଦ୍ରକୁ ପ୍ରବେଶ ପାଇଁ ଆଧାର,ପ୍ୟାନ୍,ଭୋଟର ଆଇଡି କିମ୍ବା ଡ୍ରାଇଭିଂ ଲାଇସେନ୍ସ ଭଳି ପରିଚୟ ପତ୍ର ନେବାକୁ ବୋର୍ଡ ନିର୍ଦେଶାନାମା ଜାରି କରିଥିଲେ।।ମହାରାଷ୍ଟ୍ରରେ ଶିକ୍ଷକ ହେବାକୁ ଚାହୁଁଥିବା କିମ୍ବା ପୂର୍ବରୁ ସରକାରୀ ଚାକିରିରେ ଥିବା ଲୋକଙ୍କ ପାଇଁ ଟିଇଟି ବାଧ୍ୟତାମୂଳକ ନେଇ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଦେଇଥିଲେ। ଶିକ୍ଷକମାନେ ଟିଇଟି ପାସ୍ କରିବାକୁ ପଡିବ ମେ ୨୯ ରେ, ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ସ୍କୁଲରେ କାର୍ଯ୍ୟରତ ଶିକ୍ଷକମାନଙ୍କ ପାଇଁ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଟିଇଟି ପାସ୍ କରିବା ବାଧ୍ୟତାମୂଳକ।
କୋର୍ଟ ଟିଇଟି ପାସ୍ କରିବାର ସମୟସୀମା ୩୧ ଅଗଷ୍ଟ, ୨୦୨୭ ରୁ ଅଗଷ୍ଟ ୩୧,୨୦୨୮ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।ତଥାପି, କୋର୍ଟ ସ୍ପଷ୍ଟ କରିଥିଲେ ଯେ ଆଉ କୌଣସି ସମୟସୀମା ବୃଦ୍ଧି କରାଯିବ । କୋର୍ଟ କହିଛନ୍ତି ଯେ ଯଦି ଟିଇଟି ଯୋଗ୍ୟତା ନଥିବା ଶିକ୍ଷକମାନେ ଚାକିରିରେ ରୁହନ୍ତି, ତେବେ ଏହା ଭବିଷ୍ୟତ ପିଢ଼ିର ଶିକ୍ଷା ଉପରେ ପ୍ରଭାବ ପକାଇବ। ଏହି ନିଷ୍ପତ୍ତି ଦେଶର ୨୦ ଲକ୍ଷରୁ ଅଧିକ ଶିକ୍ଷକଙ୍କୁ ପ୍ରଭାବିତ କରିବ।ରାଜ୍ୟ ସରକାର, ଶିକ୍ଷକ ସଂଗଠନ ଏବଂ ବ୍ୟକ୍ତିଗତ ଶିକ୍ଷକମାନଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ପରେ କୋର୍ଟ ୨୦୨୫ର ନିଷ୍ପତ୍ତିର ପୁନର୍ବିଚାର କରୁଛି। ୨୦୨୫ ମସିହାରେ, କୋର୍ଟ କହିଥିଲେ ଯେ ଟିଇଟି ପରୀକ୍ଷା ପରିଚାଳନା ପାଇଁ ସମୟ ଏବଂ ସମ୍ବଳ ଆବଶ୍ୟକ, ତେଣୁ ଦୁଇ ବର୍ଷର ଅବଧିକୁ ତିନି ବର୍ଷକୁ ବୃଦ୍ଧି କରାଯାଇଥିଲା।
