
ବାଲେଶ୍ବର: ମଟନ ବଦଳରେ ଚିକେନ ଦେଲେ ବୋଲି ୪ ନାବାଳକ ହାଣିଦେଲେ କ୍ୟାଟରିଂ ବୟର ବେକକୁ । ବାଲେଶ୍ବର ରେମୁଣା ଥାନା ଅଠାନ୍ତର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ଗୁରୁତର କ୍ୟାଟରିଂ ବୟଙ୍କୁ ଫକୀରମୋହନ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ କଟକ SCB ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନାମୁତାବକ, ଗତ ୨୪ ତାରିଖ ଦିନ ରାତି ପ୍ରାୟ ୧୦ଟା ସମୟର ଘଟଣା । ବିବାହ ଭୋଜିରେ ଛେଳି ମାଂସ ବଦଳରେ କୁକୁଡ଼ା ମାଂସ ପରଷିବାରୁ ଜଣେ କ୍ୟାଟରିଂ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ୪ ଜଣ ନାବାଳକ । ରେମୁଣା ପୁଲିସ ମାମଲା ରୁଜ୍ଜୁ କରି ଏହି ଘଟଣାରେ ୪ ନାବାଳକଙ୍କୁ ସୁଧାର ଗୃହକୁ ପଠାଇବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
