ନୟାଗଡ ଜେଲ ହସ୍ପିଟାଲରେ ବିଚିତ୍ର ବ୍ୟବସ୍ଥା। : ଔଷଧ ଦେଉଛନ୍ତି କଏଦୀ

add-all

ନୟାଗଡ:ନୟାଗଡ଼ ଜିଲ୍ଲା ମୁଖ୍ୟ କାରାଗାରରେ ସାଙ୍ଘାତିକ ସ୍ଥିତି ।ଜେଲର ଚାରିକାନ୍ଥ ମଧ୍ୟରେ ସବୁକିଛି ଠିକ୍ ଚାଲୁଥିବା ଜଣାପଡିଥିଲେ ମଧ୍ୟ ବାସ୍ତବରେ ବହୁ ବେଆଇନ କାର୍ଯ୍ୟ ଚାଲୁଥିବା ଅଭିଯୋଗ ଆସିଛି। ବିଶେଷ କରି ଜେଲ ମଧ୍ୟରେ କଏଦୀ ମାନଙ୍କୁ ଯୋଗାଇ ଦିଆଯାଉଥିବା ସ୍ବାସ୍ଥ୍ୟସେବାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।କଏଦୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ହସ୍ପିଟାଲକୁ ନିୟମିତ ଡାକ୍ତର ଆସୁନଥିବା ବେଳେ ଫାର୍ମାସିଷ୍ଟ ତାଙ୍କର ଦାୟିତ୍ଵ ନିର୍ବାହ କରୁଛନ୍ତି ଏବଂ ଜେଲରେ ସଜା କାଟୁଥିବା ଜଣେ କଏଦୀ ସମସ୍ତଙ୍କୁ ଔଷଧ ଦେଉଛନ୍ତି।ଫାର୍ମାସିଷ୍ଟ ଜଣକ ଛୁଟିରେ ଗଲେ ଏହି କଏଦୀଙ୍କ ଉପରେ ହସ୍ପିଟାଲର ସମ୍ପୂର୍ଣ୍ଣ ଦାୟିତ୍ଵ ରହୁଛି।ସୂଚନା ଅନୁଯାୟୀ ଜେଲ ମଧ୍ୟରେ ଥିବା ହସ୍ପିଟାଲରେ ଖୋର୍ଦ୍ଧାର ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି ।ମାତ୍ର ଏହି ଡାକ୍ତର ଜଣକ ସପ୍ତାହକୁ ଦୁଇରୁ ତିନିଦିନ ଆସୁଥିବା ବେଳେ ସେ କେତେବେଳେ ଆସନ୍ତି ଓ ଯାଆନ୍ତି କାହା ପାଖରେ କୌଣସି ଖବର ନାହିଁ ।ଦୀର୍ଘ ଦିନ ଧରି ଏହିପରି ଚାଲିଥିଲେ ମଧ୍ୟ ଏହି ଡାକ୍ତରଙ୍କ ବିରୋଧରେ କେହି ପାଟି ଖୋଲୁ ନାହାନ୍ତି ।କୌଣସି ଅନ୍ତେବାସୀ ଅସୁସ୍ଥ ହେଲେ ଫାର୍ମାସିଷ୍ଟ କିମ୍ବା ଜଣେ କଏଦୀଙ୍କ ପରାମର୍ଶ କରି ଔଷଧ ପ୍ରଦାନ କରାଯାଉଛି।ଜେଲ ଭିତରେ ଔଷଧ କାରବାର କରି ଯେତିକି ଅଭିଜ୍ଞତା ହାସଲ କରିଛନ୍ତି ସେହି ହିସାବରେ ଔଷଧ ପ୍ରଦାନ କରୁଛନ୍ତି।ମାତ୍ର ଏଥିରେ ଯଦି କୌଣସି ସମସ୍ୟା ହୁଏ କିମ୍ବା କେହି କଏଦୀ ଗୁରୁତର ହୋଇ ପଡନ୍ତି ତେବେ ଏଥିପାଇଁ କିଏ ଉତ୍ତର ଦାୟୀ ରହିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏହି ଅଭିଯୋଗକୁ ଜେଲ ଅଧିକ୍ଷକ ବାବୁଲି ବାରିକ ସମ୍ପୂର୍ଣ୍ଣ ଅସ୍ବୀକାର କରିବା ସହିତ ଜେଲରେ ଡାକ୍ତର ନିଯୁକ୍ତି ଦିଆଯାଇଛି । ତାଙ୍କୁ ସହଯୋଗ କରିବା ପାଇଁ ଜଣେ ଫାର୍ମାସିଷ୍ଟ ଏବଂ ଜଣେ ଆଟେଣ୍ଡାଣ୍ଟ ନିଯୁକ୍ତ ହୋଇଛନ୍ତି ।କଏଦୀ ରୋଗୀ ଦେଖିବାର ଯେଉଁ ଅଭିଯୋଗ ଆସିଛି , ସେଥିରେ କୌଣସି ସତ୍ୟତା ନାହିଁ ।

ad-week
Leave A Reply

Your email address will not be published.