୪ ବର୍ଷର ଶିଶୁ ଉପରେ ଚଢ଼ିଗଲା ମିନିଟ୍ରକ୍, ମାଆ ଆଗରେ ଚାଲିଗଲା ପିଲାର ଜୀବନ

add-all

ଉମରକୋଟ: ମାଆ ଆଖି ଆଗରେ ଚାଲିଗଲା ଛୁଆର ଜୀବନ । ୪ ବର୍ଷର ଶିଶୁ ଉପରେ ଚଢ଼ିଗଲା ମିନିଟ୍ରକ୍। ଘଟଣାସ୍ଥଳରେ ଶିଶୁର ମୃତ୍ୟୁ । ନବରଙ୍ଗପୁର ଜିଲ୍ଲା ଉମରକୋଟ ପୁରୁଣା ବସ ଷ୍ଟାଣ୍ଡ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଝରିଗାଁ ବ୍ଲକ ଡଙ୍ଗରିଗୁଡା ପଂଚାୟତ କୋଇଗାଁ ଅଞ୍ଚଳର ଜଣେ ମହିଳା ୩ ପିଲାଙ୍କୁ ଧରି ରାସ୍ତାରେ ଯାଉଥିଲେ । ଏକ ମିନିଟ୍ରକ୍ ପଛପଟୁ ଆସି ୪ବର୍ଷର ଶିଶୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଶିଶୁଟିକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ମୃତଦେହକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ସୂଚନା ଅନୁଯାୟୀ, ଝରିଗାଁ ବ୍ଲକ ଡଙ୍ଗରିଗୁଡା ପଞ୍ଚାୟତ କୋଇଗାଁ ଅଞ୍ଚଳର ଜଣେ ମହିଳା ତାଙ୍କ ୩ ଜଣ ପିଲାଙ୍କୁ ନେଇ ରାସ୍ତାରେ ଯାଉଥିଲେ । ସେହି ସମୟରେ ଏକ ମିନିଟ୍ରକ୍ ପଛପଟୁ ଆସି ହଠାତ୍ ୪ ବର୍ଷର ଶିଶୁକୁ ଧକ୍କା ଦେଇଥିଲା । ଧକ୍କାର ତୀବ୍ରତାରେ ଶିଶୁଟି ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିଯାଇଥିଲା । ସ୍ଥାନୀୟ ଲୋକମାନେ ତୁରନ୍ତ ଶିଶୁଟିକୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ନେଇଥିଲେ । କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାରେ ଶିଶୁର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ad-week
Leave A Reply

Your email address will not be published.