ଏକ ପେଡ୍ ମା କେ ନାମ ଓ ପ୍ରଧାନମନ୍ତ୍ରୀଙ୍କ ୧୩୫ତମ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ

add-all

ନୟାଗଡ଼ ,୨୮/୬(ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ନିକଟସ୍ଥ କୋଟଣୀ ଶିଳାସ୍ଥିତ ଡିପି ଆଗ୍ରୋ ଇକୋ ରିଟ୍ରିଟ କମ୍ପାନୀ ଆନୁକୂଲ୍ୟରେ ଓ କମ୍ପାନୀ ଅଧ୍ୟକ୍ଷା ଦୀପ୍ତି ପ୍ରଭା ସାହୁଙ୍କ ଆବାହକତ୍ୱରେ ରବିବାର ଦିନ କୋଟଣିଶୀଳା ସ୍ଥିତ ଡିପି ଆଗ୍ରୋ ଇକୋ ରିଟ୍ରିଟ କମ୍ପାନୀ ପରିସରରେ ପ୍ରଧାନମନ୍ତ୍ରୀଙ୍କ ୧୩୫ତମ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରାଜସୁନାଖଳାର ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ସର୍ବେଶ୍ୱର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଡିଶା ବିଧାନ ସଭାର ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ଓ ସମ୍ମାନିତ ଅତିଥିଭାବେ ନୟାଗଡ଼ ଜିଲ୍ଲା ବିଜେପି ସମ୍ପାଦକ ଜୟନ୍ତ କୁମାର ନାୟକ,ରାଜସୁନାଖଳା ମଣ୍ଡଳ ବିଜେପି ସଭାପତି ଜ୍ୟୋତିରଞ୍ଜନ ସାହୁ, ଉପସଭାପତି କୃଷ୍ଣଚନ୍ଦ୍ର ସାମନ୍ତରାୟ, ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର ସାହୁ, ରାଜ ସୁନାଖଳା ଗ୍ରାମ ପଞ୍ଚାୟତର ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ଓ ସମିତିସଭ୍ୟ ତପନ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଭାରତ ମାତାଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଯୁବ ସମାଜସେବୀ ଜଗନ କୁମାର ନାୟକ ମଞ୍ଚ ପରିଚାଳନା କରି ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବନୀକରଣ ଓ କୃଷି ଉଦ୍ୟୋଗ ଯୋଜନାରେ ଏକ ପେଡ୍
ମା କେ ନାମ ପରିପ୍ରେକ୍ଷୀରେ ୧୦୦୦ରୁ ଉର୍ଦ୍ଧ ଚାରା ଯଥା ଆମ୍ବ, ପିଜୁଳି, ଡାଳିମ୍ବ ଓ ଅଁଳା ଆଦି ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଥିଲା । ପର୍ଯ୍ୟାୟ କ୍ରମେ ଆଉ ୫୦୦୦ ଚାରା ରୋପଣ କରାଯିବ ବୋଲି ମୁଖ୍ୟ ଅତିଥି ଶ୍ରୀମତୀ ପାଢ଼ୀ କହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଓ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ମାଧ୍ୟମରେ ପରିବେଶ ସୁରକ୍ଷା ଓ ମାତା ପ୍ରତି ସମ୍ମାନ ଜଣାଇବା ପାଇଁ ଆରମ୍ଭ କରାଯାଇଥିବା ଏକ ଅତି ସୁନ୍ଦର ଓ ଅଭିନବ ଜାତୀୟ ବୃକ୍ଷରୋପଣ ଅଭିଯାନ କାର୍ଯ୍ୟକ୍ରମକୁ ରାଜ୍ୟରେ ବ୍ୟାପକ ଭାବେ ସଫଳ କରାଯାଉଛି।ବୃକ୍ଷରୋପଣ ମାଧ୍ୟମରେ ଗ୍ଲୋବାଲ ୱାର୍ମିଂ ଏବଂ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଭଳି ଜଳବାୟୁ ସମସ୍ୟାର ମୁକାବିଲା କରିବା ସହିତ ରାଜ୍ୟର ସବୁଜିମା ବୃଦ୍ଧି କରି ପରିବେଶକୁ ସ୍ୱଚ୍ଛ ଓ ପ୍ରଦୂଷଣ ମୁକ୍ତ କରିବାକୁ ଉପସ୍ଥିତ ଜନସାଧାରଣ ମାନଙ୍କୁ ପରାମର୍ଶ ଦେଇଥିଲେ । ଆସନ୍ତୁ ଆମେ ସମସ୍ତେ ମିଶି ଏହି ସବୁଜ ସଂକଳ୍ପ ନେବା ଏବଂ ପ୍ରତ୍ୟେକ ନାଗରିକ ନିଜ ଜନ୍ମଦାତ୍ରୀ ମାଆଙ୍କ ନାମରେ କିମ୍ବା ତାଙ୍କ ସ୍ମୃତିରେ ଗୋଟିଏ ଗଛ ଲଗାଇବl ପାଇଁ ଡିପି ଆଗ୍ରୋ ଇକୋ ରିଟ୍ରିକ କମ୍ପାନୀ ଅଧକ୍ଷା ଦୀପ୍ତି ପ୍ରଭା ସାହୁ ସମସ୍ତଙ୍କୁ କହିଥିଲେ । ଏହି କାର୍ଯ୍ୟକ୍ରମକୁ ଡିପି ଅଗ୍ରୋ ଇକୋ ରିଟ୍ରିଟ କମ୍ପାନୀ ପରିବାରର ସମ୍ବିତ କୁମାର ସାହୁ, ସୁଜିତ କୁମାର ସାହୁ, ସୁନୀଲ କୁମାର ବେହେରା ଓ ଅମିତ କୁମାର ସାହୁ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ । ପରିଶେଷରେ ନୟାଗଡ଼ ଜିଲ୍ଲା ବିଜେପି ସମ୍ପାଦକ ଜୟନ୍ତ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.