
ଉଦଳା : ସାମାନ୍ୟ ମୋବାଇଲ ପାଇଁ ବାପା ଓ ଭାଇକୁ ହାଣିଦେଲା ପୁଅ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଶିରାଥଳି ଗାଁରେ ଅଭାବନୀୟ ଘଟଣା ଘଟିଛି । ଉଭୟ ଗୁରୁତରଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି । ଗାଁର ସଦାନନ୍ଦ ବାରିକଙ୍କ ସାନପୁଅ ସୁଶାନ୍ତ ରାସ୍ତାରୁ ଏକ ମୋବାଇଲ ପାଇଥିଲେ । ଗତକାଲି ମୋବାଇଲ ମାଲିକ ଆସି ମୋବାଇଲ ନେଇଯାଇଥିଲେ । ମୋବାଇଲ ଫେରାଇ ଦେଇଥିବାରୁ ରାଗିଯାଇଥିଲେ ସଦାନନ୍ଦଙ୍କ ବଡପୁଅ । ଫଳରେ କଟୁରୀରେ ସଦାନନ୍ଦଙ୍କ ଗୋଡ଼ ହାଣିବା ସହ ଭାଇ ସୁଶାନ୍ତଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି ।
