
ରାଉରକେଲା : ପାଉଁଶ ଗଦା ତଳୁ ମହିଳାଙ୍କ ମୃତଦେହ ଉଦ୍ଧାର । ରାଉରକେଲା ବୀରମିତ୍ରପୁର ଥାନା ରାମପାଲ୍ ଛକ ନିକଟସ୍ଥ ଧାନ ମିଲ ପାଉଁଶ ଗଦାରୁ ମିଳିଲା ମହିଳାଙ୍କ ମୃତଦେହ । ଧାନ ମିଲରୁ ବାହାରୁଥିବା ଗରମ ଚଷୁକୁ ନିଆଁ ଲଗାଇ ପୋଡ଼ୁଥିବା ବେଳେ ଧାନ ମିଲର ଜଣେ କର୍ମଚାରୀ ମହିଳାଙ୍କ ଶରୀର ପଡ଼ିଥିବା ଦେଖିବାକୁ ପାଇଥିଲେ ।
ନିଆଁକୁ ଆୟତ୍ତ ପରେ ମହିଳାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମୃତ ମହିଳା ବୀରମିତ୍ରପୁର ଲାସେର ବାସିନ୍ଦା ବନ୍ଧନୀ ଲଖୁଆ । ଧାନମିଲ ମାଲିକଙ୍କ ଅବ୍ୟବହୃତ ସାମଗ୍ରୀ ଓ ଗରମ୍ ଚଷୁ ଗଦା ଉପରେ ନିଆଁ ଲଗାଇବା ସ୍ଥାନକୁ ମହିଳାଙ୍କ ମୃତ ଦେହ କିଭଳି ଆସିଲା ସେ ସମ୍ପର୍କରେ ତଦନ୍ତ କରୁଛି ବୀରମିତ୍ରପୁର ଥାନା ପୋଲିସ୍ ।
