ମହିଳା ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଲାଇବ୍ରେରିଆନ୍ ବହିଷ୍କୃତ

add-all

ପଦ୍ମପୁର:  ମହିଳା ମହାବିଦ୍ୟାଳୟରେ ଅସଦାଚରଣ ଅଭିଯୋଗ, ଲାଇବ୍ରେରିଆନ୍ ବହିଷ୍କୃତ । ପଦ୍ମପୁର ମହିଳା ମହାବିଦ୍ୟାଳୟର ଲାଇବ୍ରେରିଆନ ଯୌନ କେଳେଙ୍କାରୀ ଅଭିଯୋଗରେ କାର୍ଯ୍ୟରୁ ବହିଷ୍କୃତ । ଏନେଇ ପଦ୍ମପୁର ଉପଜିଲ୍ଲାପାଳ ତଥା ମହିଳା ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ହେମସାଗର ଭୋଇ ସୂଚନା ଦେଇଛନ୍ତି । ମହାବିଦ୍ୟାଳୟର ଅନ୍ତରୀଣ କମିଟି ବହିଷ୍କାର କରିବା ପାଇଁ ଅଧ୍ଯକ୍ଷା ଓ ଉପ ଜିଲ୍ଲାପାଳଙ୍କୁ ସୁପାରିସ କରିଥିଲେ । ମହାବିଦ୍ୟାଳୟର ଅନ୍ତରୀଣ କମିଟି ପଦ୍ମପୁର ଉପଜିଲ୍ଲାପାଳ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ମେ ୨୨ରେ ଏନେଇ ଅନ୍ତରୀଣ କମିଟି ଏକ ରିପୋର୍ଟ ଉପଜିଲାପାଳଙ୍କୁ ଦେଇଥିଲେ ।

ଜୁନ ୨୩ରେ ପୁଣି ଥରେ ଚୂଡାନ୍ତ ରିପୋର୍ଟ ମହାବିଦ୍ୟାଳୟର ଅଧ୍ଯକ୍ଷା ଓ ଉପଜିଲାପାଳଙ୍କୁ ଦେଇଥିଲେ । ମହାବିଦ୍ୟାଳୟର ଲାଇବ୍ରେରିଆନ ଝିଅମାନଙ୍କୁ ଅସଦାଚରଣ କରୁଥିବା ତଥା ଜଣେ ଝିଅ ସହିତ ଚାଟିଂ କରି ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିବା ନେଇ ଅନ୍ତରୀଣ କମିଟି ପାଖରେ ଅଭିଯୋଗ ହୋଇଥିଲା । ଅଧ୍ଯକ୍ଷାଙ୍କ ଅଫିସର ସିସିଟିଭି ଫୁଟେଜ ଚୋରି କରି ଅଧ୍ୟାପିକାମାନଙ୍କୁ ବ୍ଲାକମେଲିଂ କରିବା ଅଭିଯୋଗ ହୋଇଥିଲା । ଜଣେ ଲାଇବ୍ରେରିଆନ ମହିଳା ମହାବିଦ୍ୟାଳୟର ବିଭିନ୍ନ ସ୍ଥାନର ମହିଳାମାନଙ୍କ ଭିଡିଓ କ୍ଲିପ ଉତ୍ତୋଳନ କରିବା ଓ ତାହାକୁ ନେଇ ଅନ୍ୟମାନଙ୍କୁ ବ୍ଲାକମେଲିଂ କରିବା ଆରମ୍ଭ କରିଥିବାରୁ ମହାବିଦ୍ୟାଳୟର ଅଧ୍ୟାପିକା, ଛାତ୍ରୀମାନେ ଭୟଭୀତ ଅବସ୍ଥାରେ ଥିଲେ ।

ad-week
Leave A Reply

Your email address will not be published.