ଉତ୍ତରାଖଣ୍ଡରେ ବର୍ଷାର ତାଣ୍ଡବ : ୧୦୦ରୁ ଅଧିକ ରାସ୍ତା ବନ୍ଦ, ଯାତାୟତ ଠପ୍

add-all

ଉତ୍ତରାଖଣ୍ଡ : ମୌସୁମୀ ବର୍ଷା ଆରମ୍ଭ ହେବା ପରେ ଉତ୍ତରାଖଣ୍ଡ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ବର୍ଷା କାରଣରୁ ରାଜ୍ୟର ଅନେକ ରାସ୍ତା ବନ୍ଦ ହୋଇ ପଡ଼ିଥିବା ବେଳେ କିଛି କ୍ଷତିଗ୍ରସ୍ତ ହୋଇଛି । ବଦ୍ରିନାଥ ଏବଂ କେଦାରନାଥ ନ୍ୟାସନାଲ ହାଇଓେ୍ବ ଘଣ୍ଟା ଘଣ୍ଟା ଧରି ବନ୍ଦ ହୋଇପଡିଛି । ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

ପାଣିପାଗ ବିଭାଗ ଅନୁଯାୟୀ, ନୈନିତାଲ ଏବଂ ବାଗେଶ୍ବରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଡେରାଡୁନ, ଟିହରି, ପୌଡି, ଚମୋଲି, ଉତ୍ତରକାଶୀ, ରୁଦ୍ରପ୍ରୟାଗରେ ପ୍ରବଳ ବର୍ଷା ପୂର୍ବାନୁମାନ କରାଯାଇଛି ।

ଜ୍ୟୋର୍ତିମଠରେ ପଗନୋ ଗାଁରେ ବର୍ଷା ଯୋଗୁଁ ପାହାଡ଼ ଧସିବା ଯୋଗୁଁ ଦୁଇଟି ଘର କ୍ଷତିଗ୍ରସ୍ତ ହୋଇଛି । ଯମୁନେତ୍ରୀ ଧାମରେ ପାହାଡରୁ ପଥର ଖଣ୍ଡ ଖସିବା ଯୋଗୁଁ ଜଣଙ୍କ ଘର ନଷ୍ଟ ହୋଇଛି ।

ଗୁଲାବକୋଟିରେ ବାଟରେ ପଥରଖଣ୍ଡ ପଡିବା ଯୋଗୁଁ ବଦ୍ରିନାଥ ନ୍ୟାସନାଲ ହାଇୱେ ୪ ଘଣ୍ଟା ଯାଏଁ ବନ୍ଦ ପଡ଼ିଛି । ନ୍ୟାସନାଲ ହାଇୱେ ବନ୍ଦ ହେବା ଯୋଗୁଁ ବଦ୍ରିନାଥ ଯିବାକୁ ଥିବା ତୀର୍ଥଯାତ୍ରୀ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।

ସୂଚନାଯୋଗ୍ୟ, ଗୁରୁବାର ରାତିରେ ହୋଇଥିବା ମୂଷଳଧାରା ବର୍ଷା ହୋହଇଥିଲ । ବର୍ଷା ଯୋଗୁଁ ରାସ୍ତାଘାଟ ସବୁକିଛି ନଷ୍ଟ ହୋଇଥିଲା । ଅନେକ ସ୍ଥାନରେ ବଡ଼ ପଥର ଖଣ୍ଡ ପଡ଼ିବା ଯୋଗୁଁ ଯାତାୟତ ଠପ୍ ହୋଇଛି । ସେପଟେ ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି ।

ad-week
Leave A Reply

Your email address will not be published.