

କେଉଁ ଆଧାରରେ ଗଞ୍ଜାମ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନଙ୍କୁ ସରକାର ଯୋଗାଇ ଛନ୍ତି ଏକା ଧିକ ଗାଡି…?
ବ୍ରହ୍ମପୁର: ସରକାର ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ମାନେ ସ୍ୱଳ୍ପ ଯାନବାହାନ ବ୍ୟବହାର ଉପରେ କଟକଣା କରିଛନ୍ତି।ସରକାରୀ ନିୟମ କୁ ମନ୍ତ୍ରୀ ଓ ବଡ଼ ବାବୁ ମାନେ ଫୁ କରି ଦେଇଥିବା ଦେଖିବାକୁ ମିଳୁଛି। ମନ୍ତ୍ରୀ ମାନଙ୍କ ବିଭିନ୍ନ ଜିଲ୍ଲାରେ ଗାଡି ଥିବା ର ନଜିର ରହିଛି। ପ୍ରଶାସନିକ ଅଧିକାରୀ ମାନେ ଗୋଟିଏ ଗାଡି ବ୍ୟବହାର କରୁଥିବା ବେଳେ ସେମାନଙ୍କ ଧର୍ମପତ୍ନୀ ମାନେ ବି ସରକାରୀ ଗାଡି ବ୍ୟବହାର କରୁଥିବା ଅଭିଯୋଗ ହେଉଛି। ମନ୍ତ୍ରୀ ଓ ବଡ଼ ବଡ଼ ବାବୁ ମାନେ କେତୋଟି ଗାଡି ବ୍ୟବହାର କରୁଛନ୍ତି, ତାହାର ହିସାବ କାହା ପାଖରେ ଅଛି?। ଜଣେ ଜଣେ ସରକାରୀ ବାବୁ ମାନଙ୍କୁ ସରକାର କେତୋଟି ଗାଡି ଯୋଗାଇଛନ୍ତି ତାହା ତଦନ୍ତ ସାଫେକ୍ଷ ଅନୁସନ୍ଧାନ ରୁ ଜଣାପଡୁଛି ଗଞ୍ଜାମ ଜିଲ୍ଲାର ପ୍ରଶାସନିକ ଅଧିକାରୀ ମାନଙ୍କୁ ଏକରୁ ଅଧିକା ଗାଡି ସରକାର ଯୋଗାଇବା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି l ଏପରିକି କିଛି ଅଧିକାରୀ ଙ୍କୁ ସରକାର ଯୋଗାଇବା ଗାଡି ବାହାର ଜିଲ୍ଲାରେ ଘୁରି ବୁଲୁଛି l ସରକାରୀ କାର୍ଯ୍ୟ ପାଇଁ ସରକାର ଜଣେ ଜଣେ ପ୍ରଶାସନିକ ଅଧିକାରୀ ମାନଙ୍କୁ ଗୋଟିଏ ଗୋଟିଏ ଗାଡି ଯୋଗାଇ ଥାନ୍ତି କିନ୍ତୁ ଏହି ସରକାର ରେ ତାହା ବ୍ୟତିକ୍ରମ ଦେଖିବାକୁ ମିଳିଛି l ପ୍ରାୟତ ଅନେକ ଅଫିସର ମାନଙ୍କୁ ଏକରୁ ଅଧିକା ଗାଡି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି l ସରକାରୀ ବାବୁଙ୍କ ସହିତ ତାଙ୍କ ପରିବାର ଲୋକଙ୍କୁ ବୋଧେ ସରକାର ନୁଆଁ ନିୟମ କରି ଗାଡି ଯୋଗାଇ ଥିବା ଦେଖିବାକୁ ମିଳିଲାଣି l ଜିଲ୍ଲା ରେ ଖୋଦ ପରିବହନ ମନ୍ତ୍ରୀ ଅଛନ୍ତି କିନ୍ତୁ ଦୀପ ତଳ ଅନ୍ଧାର ପରି ଚିତ୍ର ଦେଖିବାକୁ ମିଳୁଛି ତଦନ୍ତ କଲେ ଅନେକ ଗୁମର ପଦାକୁ ଆସିବ ବୋଲି ବୁଦ୍ଧିଜୀବୀ ମତ ଦେଲେଣି l ଜିଲ୍ଲା ରେ ଅନେକ ସରକାରୀ ବାବୁ ମାନଙ୍କ ଗାଡି ତାଙ୍କ ପରିବାର ସଦସ୍ୟ ବ୍ୟବହାର କରୁଛନ୍ତି l ସରକାର କେଉଁ ଆଧାରରେ ଏକାଧିକ ଗାଡି ପ୍ରଦାନ କରିଛନ୍ତି ତାହା ତଦନ୍ତ ପରିସର ଭୁକ୍ତ ହେବା ଜରୁରୀ ବୋଲି ବୁଦ୍ଧିଜୀବୀ ମତ ରଖିଲେଣି l ପୁଣି ଜଣେ ଅଫିସର ପାଇଥିବା ଦୁଇଟି ଗାଡି ମଧ୍ୟରୁ ଗୋଟିଏ ଜିଲ୍ଲା ବାହାରେ କିପରି ବୁଲୁଛି ତାହାବି ତଦନ୍ତ ହେବା ଜରୁରୀ l ସରକାର ଙ୍କ ତେଲ ବଞ୍ଚାଓ ସ୍ଲୋଗାନ କଣ ଧର୍ମକୁ ଆଖିଠାର ନୁହଁ କି ବୋଲି ସାଧାରଣ ରେ ପ୍ରଶ୍ନ ଉଠିଲାଣି l
