
ପାଟଣାଗଡ଼: ଝିଅ ବାହାଘର ପାଇଁ ମନା କରିବାରୁ ମାଉସୀ ପରିବାର ଉପରେ ଆକ୍ରମଣ । ଜଣେ ମୃତ, ୩ ଗୁରୁତର । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ମଲ୍ଲିକମୁଣ୍ଡା ଗାଁରେ ଘଟିଛି ଘଟଣା ।
ସୂଚନା ମୁତାବକ, ଜାମବାହାଲ ଗାଁର ମନବୋଧ ସାହୁଙ୍କ ଝିଅ ତୁରେଇକେଲା ରାମୁଡ଼ ଗାଁର ସୁରେନ୍ଦ୍ର ସାହୁଙ୍କ ସହ ବାହାଘର ଦୀର୍ଘ ଦୁଇବର୍ଷ ହେଲା ଠିକ୍ ହୋଇଥିଲା । କୌଣସି କାରଣରୁ ଝିଅର ବାହାଘର ପାଇଁ ମନବୋଧଙ୍କ ପରିବାର ମନାକରିଥିଲେ। ଗତକାଲି କୌଣସି କାମ ପାଇଁ ସୁରେନ୍ଦ୍ର ଓ ତାଙ୍କ ପରିବାର ମନବୋଧଙ୍କ ଘରକୁ ଆସିଥିଲେ । ରାତିରେ ମନବୋଧଙ୍କ ସଡୁ ବିନୋଦ ସାହୁଙ୍କ ଘରେ ରହିଥିଲେ । ରାତିରେ ଶୋଇଥିବା ବେଳେ ହଠାତ ପରିବାର ଉପରେ ଠେଙ୍ଗାରେ ଆକ୍ରମଣ କରି ସୁରେନ୍ଦ୍ର ଫେରାର ହୋଇଥିଲା । ଗ୍ରାମବାସୀ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନା ଭର୍ତ୍ତି କରିଥିଲେ, ହେଲେ ବିନୋଦ ସାହୁଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଘଟଣାସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ଶବ ଜବତକରି ଅଧିକ ତଦନ୍ତ ଜାରି ରଖିଛି ।
