ଅତି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି

add-all

ଭୁବନେଶ୍ୱର : ୫ ଜିଲ୍ଲାକୁ ରେଡ୍ ଆଲର୍ଟ । ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ ବଳୟରେ ପରିଣତ ହୋଇଛି । ପ୍ରଭାବରେ ରାଜ୍ୟର ୫ଟି ଜିଲ୍ଲା ପାଇଁ ‘ରେଡ୍ ଆଲର୍ଟ’ ଜାରି କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ସମ୍ବଲପୁର ଏବଂ ସୋନପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ରେଡ୍ ୱାର୍ଣ୍ଣି ଜାରି କରାଯାଇଛି । ଏହା ବ୍ୟତୀତ ଉପକୂଳବର୍ତ୍ତୀ ଜିଲ୍ଲା ଏବଂ ଖୋର୍ଦ୍ଧା ସମେତ ଅନ୍ୟ କେତେକ ଅଞ୍ଚଳ ପାଇଁ ‘ଅରେଞ୍ଜ ୱାର୍ଣ୍ଣିଂ’ ଜାରି ହୋଇଛି ।

ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ବ୍ୟାହତ ହୋଇଛି । ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜୁଛି । ଅନ୍ୟପଟେ ବୈତରଣୀ, ବଂଶଧାରା, ନାଗାବଳୀ ଏବଂ ଜଳକା ଭଳି ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । କିଛି ସ୍ଥାନରେ ବିପଦ ସଙ୍କେତ ପାର୍ କରିଛି ନଦୀ ଜଳସ୍ତର । ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ଘରଦ୍ୱାର ଭାଙ୍ଗିବା ସହ ଚାଷଜମି ପାଣିରେ ବୁଡ଼ି ରହିଛି । ସୁରକ୍ଷା ଦୃଷ୍ଟିରୁ ପ୍ରଭାବିତ ଅଞ୍ଚଳରେ ସ୍କୁଲଗୁଡ଼ିକୁ ବନ୍ଦ କରାଯାଇଛି । ଜୁଲାଇ ୭ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।

ସେପଟେ ସେପଟେ ମୁମ୍ବାଇ ଏବଂ ଏହାର ଉପକଣ୍ଠ ଅଞ୍ଚଳରେ ଆଜି ରେଡ୍ ଆଲର୍ଟ ଜାରି କରାଯାଇଛି। ବିଭିନ୍ନ ସ୍ଥାନରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି । ପ୍ରବଳ ବର୍ଷା ସହିତ ଘଣ୍ଟାପ୍ରତି ୬୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ସ୍ଥାନୀୟ ପ୍ରଶାସନ ଓ ପୌର ନିଗମ ପକ୍ଷରୁ ଜଳ ନିଷ୍କାସନ ଏବଂ ଜରୁରୀକାଳୀନ ପରିସ୍ଥିତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଅରୁଣାଚଳ ପ୍ରଦେଶର ଲୋୟର ସିଆଙ୍ଗ ଜିଲ୍ଲାରେ ସପ୍ତାହେ ଧରି ବର୍ଷା ଲାଗିରହିଥିବାରୁ ଆକସ୍ମିକ ବନ୍ୟା ଓ ଭୟଙ୍କର ଭୂସ୍ଖଳନ ହୋଇଛି । ରାସ୍ତାଘାଟ ଅବରୋଧ ସହ ପୋଲ ଭାଙ୍ଗିଯିବାରୁ ରୋଟେ, ରାମେ, ଲୋଗଲୁ, ଲିପିନ୍ ସମେତ ପ୍ରାୟ ୧୨ରୁ ଅଧିକ ଦୁର୍ଗମ ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । ବିପନ୍ନମାନଙ୍କ ପାଖରେ ଜରୁରୀକାଳୀନ ଖାଦ୍ୟ ଏବଂ ମେଡିକାଲ୍ ସାମଗ୍ରୀ ପହଞ୍ଚାଇବା ପାଇଁ ରାଜ୍ୟ ସରକା ବାଣିଜ୍ୟିକ ହେଲିକପ୍ଟର ନିୟୋଜିତ କରିଛନ୍ତି ।

ad-week
Leave A Reply

Your email address will not be published.