ଖାମେନେଇଙ୍କୁ ଅନ୍ତିମ ବିଦାୟ ଦେଲେ ଦେଶବାସୀ

add-all

ତେହରାନ: ଇରାନବାସୀ ଶୁକ୍ରବାର ସେମାନଙ୍କର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନେଇଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ଅନ୍ତିମ ବିଦାୟ ଜଣାଇଛନ୍ତି। ଖାମେନେଇଙ୍କ କଫିନକୁ ଜାତୀୟ ପତାକାରେ ଘୋଡାଯାଇ ଗ୍ରାଣ୍ଡ ମୋସାଲାରେ ରଖାଯାଇଥିଲା। ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍‌କିଆନ, ସଂସଦ ବାଚସ୍ପତି ତଥା ମୁଖ୍ୟ ସଂଯୋଜକ ମହମ୍ମଦ ଘଲିବାଫ୍‌, ଆଇଆରଜିସି କମାଣ୍ଡର ଅହମ୍ମଦ ଭାହିଦଙ୍କ ସମେତ ଦେଶର ପ୍ରମୁଖ ରାଜନେତା ଓ ସାମରିକ ନେତାମାନେ ଉପସ୍ଥିତ ରହି ଖାମେନେଇଙ୍କୁ ଅନ୍ତିମ ବିଦାୟ ଜଣାଇଥିଲେ। ତେବେ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଖାମେନେଇଙ୍କ ପୁଅ ତଥା ବର୍ତ୍ତମାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ଅନୁପସ୍ଥିତ ରହିଥିଲେ।

ମୋଜତାବାଙ୍କ ଜୀବନ ପ୍ରତି ବିପଦ ଥିବା କାରଣରୁ ସେ ପିତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା କାର୍ଯ୍ୟକ୍ରମରୁ ଦୂରେଇ ରହିଥିବା କୁହାଯାଇଛି। ଶନିବାର ଠାରୁ ରାଷ୍ଟ୍ରୀୟ ସମ୍ମାନ ସହିତ ଖାମେନେଇଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦେଶୀ ପ୍ରତିନିଧି ଯୋଗଦେବେ। ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ପୂର୍ବରୁ ଇରାନର ମୁଖ୍ୟ ସଂଯୋଜକ କହିଛନ୍ତି ଯେ ଖାମେନେଇଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଦେଶବାସୀଙ୍କ ବିପୁଳ ଯୋଗଦାନ ତାଙ୍କ ମୃତ୍ୟୁର ସବୁଠାରୁ ବଡ ପ୍ରତିଶୋଧ ହେବ। ଶୁକ୍ରବାର ଇରାନବାସୀ କଳା ପୋଷାକ ପିନ୍ଧି ତାଙ୍କର ପୂର୍ବତନ ସର୍ବୋଚ୍ଚ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଜୁଲାଇ ୪ରୁ ୯ ପର୍ଯ୍ୟନ୍ତ ଖାମେନେଇଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଅନୁଷ୍ଠିତ ହେବ।​‌

ad-week
Leave A Reply

Your email address will not be published.