
ହରଭଙ୍ଗା: ଟନେଲ ଭିତରେ ପଶିଲା ପାଣି । ରାଜ୍ୟର ସବୁଠାରୁ ବଡ଼ ରେଳ ଟନେଲ ଭିତରେ ପଶିଲା ପାଣି, ନିର୍ମାଣଧୀନ ରେଳ ଟନେଲର କିଛି ସ୍ଥାନରେ ଧସିଲା ମାଟି, ପୋତି ହେଲା ରେଳ ଟନେଲ । କିଛି ସ୍ଥାନରେ ପାଣିରେ ରେଳ ଟନେଲ ଟି ବୁଡ଼ିଯାଇଛି । ଲଗାଣ ବର୍ଷା ହେବା ଫଳରେ ଖୋର୍ଦ୍ଧା ବଲାଙ୍ଗୀର ରେଳ ଲାଇନର ବୌଦ୍ଧ ଜିଲା ଆଡ଼େଣିଗଡ଼ ଠାରେ ନିର୍ମାଣଧୀନ ରେଳ ଟନେଲ ବ୍ୟାପକ ଭାବେ ପ୍ରଭାବିତ ହୋଇଛି, ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇ ଟନେଲ ଭିତରକୁ ପାଣି ପଶୁଥିବା ଦେଖିବାକୁ ମିଳିଛି ।
ଅନ୍ୟପଟେ ନିର୍ମାଣଧୀନ କଟନ କଭର ଟନେଲରେ ଦୁଇ ପାର୍ଶ୍ୱରୁ ମାଟି ଅତଡ଼ା ଖସି ଟନେଲ ପୋତି ହୋଇଯାଇଛି । ଯାହା ଫଳରେ ରେଳ ଟନେଲ କାମ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି । ଏଭଳି ବର୍ଷା ଜାରି ରହିଲେ ଟନେଲ ଟି ବୁଡିଯିବାର ଆଶଙ୍କା କରାଯାଇଛି । ଏହି ରେଳ ଟନେଲଟି୫ କିଲୋମିଟର ଦୂରତା ବିଶିଷ୍ଟ ହୋଇଥିବାବେଳେ କାମ ଦୃତ ଗତିରେ ଆଗେଇ ଚାଲିଥିଲା ।
