ପ୍ରିୟଙ୍କାଙ୍କ ବିରୋଧରେ ଟିଏମସି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲା

add-all

ପାଣାଜି:କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିରୋଧରେ ଟିଏମସି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଛି। ଗୋଆ ବିଧାନ ସଭା ନିର୍ବାଚନ ପାଇଁ ଦଳୀୟ ପ୍ରଚାର ଲାଗି ପ୍ରିୟଙ୍କା ବ୍ୟସ୍ତ ଥିବା ବେଳେ ସେଠାରେ ସେ ନିର୍ବାଚନ ଆଚରଣ ବିଧି ଅମାନ୍ୟ କରିଥିବା ଟିଏମସି ଅଭିଯୋଗ ଆଣିଛି । ଏନେଇ ଗୋଆ ରାଜ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଟିଏମସି ଦ୍ୱାରସ୍ତ ହୋଇଛି। ଟିଏମସି କହିଛି ଯେ, ପ୍ରିୟଙ୍କା କୋଭିଡ୍ ଗାଇଡ୍‌ଲାଇନ୍‌ ନମାନି ପ୍ରଚାର କରୁଛନ୍ତି। ଘରକୁ ଘର କ୍ୟାମ୍ପେନିଂ ବେଳେ ପ୍ରିୟଙ୍କା କୋଭିଡ୍ କଟକଣାକୁ ମାନୁ ନାହାନ୍ତି। ଦଳୀୟ କର୍ମୀଙ୍କ ମୁହଁରେ ମାସ୍କ ରହୁନଥିଲା ବେଳେ ସାମାଜିକ ଦୂରତାର ମଧ୍ୟ ରହୁ ନାହିଁ। ତେଣୁ ଗୋଆ ନିର୍ବାଚନ ପ୍ରଚାରରୁ ପ୍ରିୟଙ୍କାଙ୍କୁ ବିରତ ରଖାଯାଉ ବୋଲି ଟିଏମସି ଦାବି କରିଛି।
ଗୋଆରେ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଆରମ୍ଭ ହୋଇଥିବା ବେଳେ କଂଗ୍ରେସ ପକ୍ଷରୁ ବିଭିନ୍ନ ବିଧନସସଭା କ୍ଷେତ୍ର ବୁଲି ପ୍ରଚାର କରୁଛନ୍ତି ପ୍ରିୟଙ୍କା। ଏକ ନିର୍ବାଚନୀ ରାଲିରେ ଯୋଗ ଦେଇ ପ୍ରିୟଙ୍କା କହିଛନ୍ତି ଯେ, ଯଦି କଂଗ୍ରେସ କ୍ଷମତାକୁ ଫେରେ ତେବେ ସରକାରୀ ଚାକିରୀରେ ମହିଳାଙ୍କ ପାଇଁ ୩ ପ୍ରତିଶତ ସଂରକ୍ଷଣ ରଖାଯିବ।
ସେହିପରି ମହିଳାଙ୍କ ସୁରକ୍ଷା ଲାଗି କଂଗ୍ରେସ ବିଶେଷ ବ୍ୟବସ୍ତା କରିବ। ସେ କହିଛନ୍ତି ଯେ, ଏଠାରେ ଟିଏମସି ଏବଂ ଆପ୍ ଭୋଟ୍ ଭାଙ୍ଗିବା ପାଇଁ ଆସିଛନ୍ତି। ସରକାର ଗଠନ କରିବା ପାଇଁ ସେମାନଙ୍କଠାରେ କୌଣସି ସୁଯୋଗ ନାହିଁ। ଫେବୃଆରୀ ୧୪ରେ ଗୋଆରେ ଭୋଟ୍ ଗ୍ରହଣ ହେବ।

ad-week
Leave A Reply

Your email address will not be published.