
ବ୍ରହ୍ମପୁର : ପ୍ରେମିକ ଘରେ ପ୍ରେମିକାର ଡେଡବଡି । ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଏସ ନୂଆଗାଁ ପ୍ରେମିକ ଘରୁ ପ୍ରେମିକାର ମୃତଦେହ ଉଦ୍ଧାର କରାଯାଇଛି l ତେବେ ମୃତକ ନାବାଳିକା ଥିବା ସୂଚନା ମିଳିଛି l ଏସ, ନୂଆ ଗାଁ ର ଅଜୟ ନାଇକ ୫ ବର୍ଷ ତଳେ ସାମନ୍ତରାପୁର ଗ୍ରାମର ଏକ ଝିଅକୁ ପ୍ରେମ ବିବାହ କରିଥିଲା । ଅଜୟର ତିନିଟି କନ୍ୟା ସନ୍ତାନ ରହିଛି l
ଅଜୟ ଚାରିମାସ ତଳେ ଅନ୍ୟ ଏକ ଝିଅକୁ ଉଠାଇ ଫେରାର ହୋଇ ଯାଇଥିଲା l ଏବେ କିଛି ଦିନ ହେଲା ଗାଁ କୁ ଆସି ରହୁଥିଲା । ଗତକାଲି ରାତିରେ ନାବାଳିକା ପ୍ରେମିକାର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି l ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l କ୍ଷତାକ୍ତ ଅବସ୍ଥାରେ ଶବ ପଡ଼ିଥିବା ଯୋଗୁଁ ପ୍ରେମିକ ଅଜୟ ମାରିଦେଇଥିବା ଅନୁମାନ କରାଯାଉଛି l ଅଜୟର ପ୍ରଥମ ସ୍ତ୍ରୀ ନିଜ ଛୁଆକୁ ଧରି ଦାଦନ ଖଟିବାକୁ ବାଙ୍ଗାଲୋର ଚାଲି ଯାଇଥିବା ଜଣାପଡିଛି l ଘଟଣା ସ୍ଥଳରେ ଜରଡ଼ା ଥାନା ପୋଲିସ୍ ପହଞ୍ଚି ଅଜୟକୁ ଅଟକ ରଖି ତଦନ୍ତ କରୁଛି l
