
ମାଲକାନଗିରି : ଆଜି ଜିଲ୍ଲା ପରିଷଦ ସଭାଗୃହ ଠାରେ ଜୁଲାଇ ମାସ ନିମନ୍ତେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ମାଲକାନଗିରି ତରଫରୁ ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ଜିଲାପାଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବର୍ଷା ଦିନରେ ପିଲାଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ଉପରେ ଧ୍ୟାନ ଦେବାକୁ କଡ଼ା ନିର୍ଦ୍ଦେଶ ଦେଲେ। ଜିଲ୍ଲାପାଳ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ନିମନ୍ତେ ଚାଲୁଥିବା ସ୍ୱତନ୍ତ କାର୍ଯ୍ୟକ୍ରମ ‘ ଆସ୍ପାୟର ‘ ର ଲୋଗୋ ଓ ଜର୍ନାଲ ଅନାବରଣ ହେଲା ।
ଆବାହକ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ
ବିଭାଗରେ ଚାଲୁଥିବା ସମଗ୍ର ଧାରଣା ଦେଲାବେଳେ ନାମଲେଖା ଅଭିଯାନ, ଡ୍ରପଆଉଟ୍ ପିଲାଙ୍କୁ ସ୍କୁଲକୁ ଫେରାଇ ଆଣିବା, ପାଠ୍ୟପୁସ୍ତକ ଓ ୟୁନିଫର୍ମ ବଣ୍ଟନ, ଶିକ୍ଷକ ଉପସ୍ଥାନ ଓ ପଦବୀ ପୂରଣ, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, ସ୍କୁଲ ଭିତ୍ତିଭୂମି ଶ୍ରେଣୀଗୃହ, ଶୌଚାଳୟ, ପାନୀୟ ଜଳ, ବିଜୁଳି , ବୋର୍ଡ ପରୀକ୍ଷାରେ ଭଲ ଫଳାଫଳ, ବ୍ୟୟ ଅଟକଳ , ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ପିଏମ୍ ଶ୍ରୀ ସ୍କୁଲ, ଛାତ୍ରାବାସ ଆଦି ମୁଖ୍ୟ ବିଷୟ ଆଲୋଚନା ହେଲା ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, ସମଗ୍ର ଶିକ୍ଷାର ସମସ୍ତ ବିଭାଗୀୟ ମୁଖ୍ୟ, ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀ ଆଦି ଯୋଗ ଦେବା ସହ ଆଲୋଚନାରେ ଭାଗ ନେଇଥିଲେ।
ଶେଷରେ ସମସ୍ତ ବିଭାଗୀୟ କର୍ମଚାରୀ ମାନଙ୍କୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ କରିବା ସହ ପିଲାଙ୍କ ସୁରକ୍ଷା ଓ ସୁବିଧାକୁ ଧ୍ୟାନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।
