ପାଟଧରା ଜଙ୍ଗଲରୁ ମାଓ ଡମ୍ପ ଠାବ, ମାରଣାସ୍ତ୍ର ସହ ଟିଫିନ ବୋମା ଜବତ

add-all

ନୂଆପଡ଼ା: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ପାଟଧାରା ସଂରକ୍ଷିତ ଜଙ୍ଗଲରୁ ମାଓ ଡମ୍ପ ଉଦ୍ଧାର ହୋଇଛି । ନୂଆପଡ଼ା ଜିଲ୍ଲା ପୋଲିସ ଏବଂ ସିଆରପିଏଫର ମିଳିତ ଟିମ ପାଟଧାରା ସଂରକ୍ଷିତ ଜଙ୍ଗଲରୁ ଏହି ମାଓ ଡମ୍ପ ଉଦ୍ଧାର କରିଛନ୍ତି । ଏଥିରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଛି ।

ନୂଆପଡ଼ା ଜିଲ୍ଲା ପୁଲିସ ମୁଖ୍ୟାଳୟ ପକ୍ଷରୁ ଜାରି ପ୍ରେସ ବିବୃତିରେ ଜିଲ୍ଲା ପୋଲିସ ସୂଚନା ଦେଇ କହିଛି ଯେ, ଗୁଇନ୍ଦା ସୂଚନା ଆଧାରରେ ନୂଆପଡ଼ା ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ ଏବଂ ୧୯ ବାଟାଲିୟନ ସିଆରପିଏଫର ଏକ ମିଳିତ ଟିମ୍ ଗଠନ କରାଯାଇଥିଲା । ନୂଆପଡା ପୁଲିସ ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ପାଟଧରା ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଚଳାଇଥିଲେ ମିଳିତ ଟିମ୍ । ମାଓ ଡମ୍ପ ରୁ ଦୁଇ ଗୋଟି ଦେଶୀ ବନ୍ଧୁକ, ଗୋଟିଏ କାରବାଇନ, ଦୁଇ ଟିଫିନ ବୋମା, ୮୩ ଗୁଳି, ଜିଲେଟିନ, ବ୍ୟାଟେରୀ, ଗନ ପାଉଡ଼ର, ତାର, ମେଡ଼ିସିନ ସହ ପୁସ୍ତିକା ଜବତ ହୋଇଛି ।

ତେବେ ୩୧ ମାର୍ଚ୍ଚ ୨୦୨୬ରେ ନୂଆପଡା ଜିଲ୍ଲା ମାଓବାଦୀ ମୁକ୍ତ ହୋଇଛି ବୋଲି ଘୋଷିତ ହୋଇଥିଲା । ତଥାପି ଏହି ଡମ୍ପ ଉଦ୍ଧାର ପରେ ମାଓବାଦୀଙ୍କ ଉପସ୍ଥିତି ଥିବା ନେଇ ପୁଣି ସୂଚନ ମିଳିଛି । ସେଥିପାଇଁ ମାଓବାଦୀ ଲୁଚାଇ ରଖିଥିବା ବିସ୍ଫୋରକ ସାମଗ୍ରୀକୁ ଖୋଜି ଖୋଜି ଉଦ୍ଧାର କରାଯାଉଛି ।

ad-week
Leave A Reply

Your email address will not be published.