ଇଣ୍ଡୋନେସିଆରେ ବିଜୁ ବାବୁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

add-all

ନୂଆଦିଲ୍ଲୀ: ଇଣ୍ଡୋନେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରଶଂସା କରିଛନ୍ତି।

ସେ କହିଛନ୍ତି ଯେ ଦେଶର ସ୍ୱାଧୀନତା ସଂଗ୍ରାମ ସମୟରେ ଡଚ୍-ଅଧିକୃତ ଜାଭାରୁ ଇଣ୍ଡୋନେସିଆ ନେତାମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବାରେ ବିଜୁ ବାବୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଜଣେ ପାଇଲଟ୍ ଭାବେ ବିଜୁ ବାବୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ସୁଲତାନ ଶାହରିର ଏବଂ ଉପରାଷ୍ଟ୍ରପତି ମହମ୍ମଦ ହଟ୍ଟାଙ୍କୁ ସୁରକ୍ଷିତ ଭାବରେ ଭାରତକୁ ନେଇ ଆସିଥିଲେ। ଏହା ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଘନିଷ୍ଠତାକୁ ମଜବୁତ କରିଥିଲା।

ମୋଦି ଆହୁରି କହିଛନ୍ତି ଯେ ଉଭୟ ଦେଶ ପ୍ରାୟ ସମାନ ସମୟରେ ସ୍ୱାଧୀନତା ପାଇଥିଲେ। ୧୯୪୫ରେ ଇଣ୍ଡୋନେସିଆ ଏବଂ ୧୯୪୭ରେ ଭାରତ। ଯେତେବେଳେ ସ୍ୱାଧୀନ ଦେଶ ଭାବରେ ସାର୍ବଭୌମତ୍ୱର କଥା ଆସିଲା ସେତେବେଳେ ଭାରତ ମିଳିତ ଜାତିସଂଘରେ ଇଣ୍ଡୋନେସିଆର ସ୍ୱାଧୀନତା ଆନ୍ଦୋଳନକୁ ଦୃଢ଼ ସମର୍ଥନ କରିଥିଲା। ଏହି ସମୟରେ ବିଜୁ ପଟ୍ଟନାୟକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହିପରି ଭାବରେ ସେ ପ୍ରଧାନମନ୍ତ୍ରୀ ସୁଲତାନ ଶାହରିର ଏବଂ ଉପରାଷ୍ଟ୍ରପତି ମହମ୍ମଦ ହଟ୍ଟାଙ୍କୁ ସୁରକ୍ଷିତ ଭାବରେ ଭାରତକୁ ନେଇ ଆସିଥିଲେ। ଯାହା ଦୁଇ ଦେଶକୁ ନିକଟତର କରିଥିଲା।

ଡଚ୍ ଉପନିବେଶବାଦୀ ଶାସନ ବିରୁଦ୍ଧରେ ଇଣ୍ଡୋନେସିଆର ଜାତୀୟତାବାଦୀ ବିପ୍ଳବରେ ବିଜୁ ପଟ୍ଟନାୟକ ନିଜ ଜୀବନକୁ ବାଜି ଲଗାଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ନେହେରୁଙ୍କ ଅନୁରୋଧରେ ସେ ଡଚ୍ ଘେରାବନ୍ଦୀ ଭାଙ୍ଗି ଇଣ୍ଡୋନେସିଆର ଶ୍ରେଷ୍ଠ ବିଦ୍ରୋହୀ ନେତାମାନଙ୍କୁ ଉଦ୍ଧାର କରିଥିଲେ। ଯାହା ଦ୍ୱାରା ସେମାନଙ୍କର ସ୍ୱାଧୀନତା ସଂଗ୍ରାମ ପ୍ରତି ବିଶ୍ୱର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହୋଇଥିଲା।

ad-week
Leave A Reply

Your email address will not be published.