ମହିଳା ସୁନା ବ୍ୟବସାୟୀଙ୍କୁ ଆକ୍ରମଣ କରି ୩୬ ଲକ୍ଷ ଟଙ୍କା ଲୁଟ୍

add-all

କଟକ: ମହିଳା ସୁନା ବ୍ୟବସାୟୀଙ୍କୁ ଆକ୍ରମଣ । ଝାମ୍ପିନେଲେ ୩୬ ଲକ୍ଷ ଟଙ୍କା । କଟକ ତାଳଦଣ୍ଡା କେନାଲ ପୋଲ ଉପରେ ଘଟିଛି ଘଟଣା । ଦୁର୍ଵୁତ୍ତଙ୍କ ଆକ୍ରମଣରେ ମହିଳା ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମହିଳାଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ମହିଳା ବ୍ୟବସାୟୀ ଜଣକ କଟକ ନୟାସଡକ ଅଞ୍ଚଳର ବୋଲି ଜଣାପଡିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣକାରୀଙ୍କୁ ଧରିବା ପାଇଁ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି । ଲୁଟ ଘଟଣାରେ କେତେ ଜଣ ଜଡିତ ଥିଲେ, ସେଥିପାଇଁ ମଧ୍ୟ ତଦନ୍ତ ଚାଲିଛି ।

ଆହତ ମହିଳା କଟକର ନୟାସଡକ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି । ଏହି ଘଟଣା ପରେ ସ୍ଥାନୀୟ ବ୍ୟବସାୟୀମାନଙ୍କ ମଧ୍ୟରେ ଭୟ ଓ ଚିନ୍ତା ବଢ଼ିଛି । ଲୋକମାନେ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ା କରିବା ସହ ଦୋଷୀଙ୍କୁ ଶୀଘ୍ର ଗିରଫ କରିବାକୁ ଦାବି କରିଛନ୍ତି । ଏନେଇ ମଧୁପାଟଣା ଥାନାରେ ଅଭିଯୋଗ କରିଛନ୍ତି ମହିଳା ।  ମହିଳା ଜଣକ ସୁନା କିଣିବାକୁ ବସରେ କୋଲକାତା ଯାଇଥାନ୍ତେ ।  ଜଣେ ଦୋକାନ କର୍ମଚାରୀଙ୍କ ସାଙ୍ଗରେ ବସଷ୍ଟାଣ୍ଡ ଯାଉଥିଲେ ।  ରାସ୍ତାରେ ଆକ୍ରମଣ କରି ଟଙ୍କା ନେଇଯାଇଛନ୍ତି ଲୁଟେରା ।  ଅଭିଯୋଗ ପରେ ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ କରୁଛି ପୋଲିସ । ପୁଲିସ କହିଛି, ଘଟଣାର ସବୁ ଦିଗକୁ ଧ୍ୟାନରେ ରଖି ତଦନ୍ତ ହେଉଛି ଏବଂ ଖୁବ ଶୀଘ୍ର ଦୋଷୀମାନଙ୍କୁ ଧରାଯିବ।

ad-week
Leave A Reply

Your email address will not be published.