
ଭଦ୍ରକ: ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ଡାକ୍ତରଙ୍କୁ ଉଠାଇ ନେଲା ପୋଲିସ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଆରଡ଼ି ଛକ ନିକଟରେ ଥିବା ଏକ ଘରୋଇ କ୍ଲିନିକରେ ଉତ୍ତେଜନା ।
ଅଭିଯୋଗ ଅନୁଯାୟୀ, ଧୂଷୁରୀ ଥାନା ଗୋବିନ୍ଦପୁର ପଞ୍ଚାୟତ ଅଜମନ୍ତପୁର ଗାଁର ଅଭୟ ଜେନାଙ୍କୁ ଘରୋଇ ନର୍ସିଂହୋମରେ ଆଡମିଟ୍ କରିଥିଲେ ପରିବାର । କିନ୍ତୁ ସେଠାରେ ତାଙ୍କୁ ସଠିକ୍ ଚିକିତ୍ସା ଦିଆଯାଇନାହିଁ । ସ୍ବାସ୍ଥ୍ୟ ପରୀକ୍ଷା କରାନଯାଇ ଭୁଲ ଇଞ୍ଜେକ୍ସନ ଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପରେ ନର୍ସିଂହୋମରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ହସ୍ପିଟାଲରେ ପହଂଚି ଲୋକଙ୍କୁ ବୁଝାସୁଝା କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଚିକିତ୍ସା କରୁଥିବା ଡାକ୍ତର ପ୍ରିୟ ରଞ୍ଜନ ବାରିକଙ୍କୁ ପୋଲିସ ଉଠାଇ ନେଇଛି । ସେପଟେ ରୋଗୀଙ୍କୁ ସଠିକ୍ ଚିକିତ୍ସା ଦିଆଯାଇଥିବା କହିଛନ୍ତି ଡାକ୍ତର ।
ସେପଟେ ଉଦଳା ମେଡିକାଲରେ ମିଳୁଛି ପୋକରା ଔଷଧ । ଜଣେ ନାବାଳକକୁ ଦିଆଯାଇଥିବା ଆଣ୍ଟିଵାୟୋଟିକ ଔଷଧରୁ ବାହାରିଲା ପୋକ । ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଂଜ ଉଦଳା ଥାନା ବେଗୁନିଆଡିହା ଅଂଚଳରୁ ।
