ନବଯୌବନ ବେଶରେ ଦର୍ଶନ ଦେଲେ ତିନି ଠାକୁର

add-all

ପୁରୀ : ନବଯୌବନ ବେଶରେ ମଙ୍ଗଳବାର ଶ୍ରୀମନ୍ଦିରରେ ଦର୍ଶନ ଦେଲେ ମହାପ୍ରଭୁ। ୧୫ ଦିନ ପରେ ୩ ଠାକୁରଙ୍କ ନବଯୌବନ ଦର୍ଶନ। ଦର୍ଶନ ପାଇଁ ବଡଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡି ଦେଖାଯାଇଛି।
ସୂଚନାନୁଯାୟୀ, ସ୍ନାନପୂର୍ଣ୍ଣିମାରେ ୧୦୮ଗରା ସୁବାସିତ ଜଳରେ ମହାପ୍ରଭୁ ଦିବ୍ୟସ୍ନାନ କରି ଜ୍ୱରରେ ପୀଡିତ ହୋଇଥିବା ବେଳେ ଏକାଦଶୀ ତିଥିରେ ଖଳିଲାଗି ଓ ଦଶମୂଳ ମୋଦକ ସେବନ କରି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ମହାପ୍ରଭୁ। ଦ୍ୱାଦଶ ତିଥିରେ ଶ୍ରୀଜୀଉମାନଙ୍କର ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ପବିଦ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ କରିବା ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ୱରରେ ପଡ଼ିଥିଲେ।ଠାକୁରଙ୍କୁ ସୁସ୍ଥ କରିବା ଲାଗି ଅଣସର ପିଣ୍ଡିରେ କରାଯାଉଥିଲା ଗୁପ୍ତ ସେବା। ତେଣୁ ରତ୍ନବେଦୀରେ ପଟି ଦିଅଁ ପୂଜା ପାଉଥିଲେ।

ad-week
Leave A Reply

Your email address will not be published.