ଲଗାଣ ବର୍ଷା : ୨ ଦିନ ହେବ ପୁରୀରେ ଜାରି ରହିଛି ଜଳ ନିଷ୍କାସନ କାର୍ଯ୍ୟ

add-all

ପୁରୀ: ପୁରୀରେ ଲାଗି ରହିଛି ବର୍ଷା। ରଥଯାତ୍ରା ପୂର୍ବ ସନ୍ଧ୍ୟାରେ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାତାର ବର୍ଷା ଯୋଗୁଁଁ ସୃଷ୍ଟି ହୋଇଥିବା ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରଦ୍ଧାଳୁ ଓ ସ୍ଥାନୀୟ ବାସିନ୍ଦାଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଜିଲ୍ଲାର ୬୦ଟି ପ୍ରଭାବିତ ସ୍ଥାନରେ ଗତ ୨ ଦିନ ହେବ ଜଳ ନିଷ୍କାସନ କାର୍ଯ୍ୟ ଜାରି ରହିଛି।

ଏହି ଜଳ ନିଷ୍କାସନକୁ ତ୍ୱରାନ୍ୱିତ କରିବା ପାଇଁ ସମୁଦାୟ ୫୮ଟି ଶକ୍ତିଶାଳୀ ପମ୍ପ ମୁତୟନ କରାଯାଇଛି। ମିନିଟ୍ ପ୍ରତି ୪,୨୦୦ ଲିଟର ଜଳ ନିଷ୍କାସନ କ୍ଷମତା ବିଶିଷ୍ଟ ୧୦ଟି ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ୍ କାର୍ଯ୍ୟ କରୁଥିବା ବେଳେ, ମିନିଟ୍ ପ୍ରତି ୧,୬୦୦ ଲିଟର ଜଳ ନିଷ୍କାସନ କ୍ଷମତା ବିଶିଷ୍ଟ ୧୬ଟି ଟ୍ରେଲର୍ ପମ୍ପ ନିୟୋଜିତ ଅଛନ୍ତି। ଏହା ସହିତ ବିଭିନ୍ନ ଗଳିକନ୍ଦିରେ ଜମି ରହିଥିବା ପାଣି ବାହାର କରିବା ପାଇଁ ମିନିଟ୍ ପ୍ରତି ୪୦୦ ଲିଟର ଜଳ ନିଷ୍କାସନ କ୍ଷମତା ବିଶିଷ୍ଟ ୩୨ଟି ପୋର୍ଟେବଲ୍ ପମ୍ପ ସକ୍ରିୟ ଭାବେ କାମ କରୁଛନ୍ତି। ଗତ ଦୁଇ ଦିନ ମଧ୍ୟରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାର କର୍ମଚାରୀମାନେ ବର୍ଷାଜନିତ ଜଳବନ୍ଦୀ ଅଞ୍ଚଳରୁ ଲକ୍ଷାଧିକ ଲିଟର ପାଣି ନିଷ୍କାସନ କରି ସାଧାରଣ ଜନଜୀବନ ସ୍ୱାଭାବିକ କରିବାରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି।

ad-week
Leave A Reply

Your email address will not be published.