ପାହାଡ଼ ଉପରୁ ନାବାଳକର ମୃତଦେହ ଉଦ୍ଧାର

add-all

ଯୋଡ଼ା : ପାହାଡ଼ ଉପରୁ ନାବାଳକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ  ।  କେନ୍ଦୁଝର ଯୋଡ଼ା ଥାନା ଖୁଣ୍ଟପାଣି ପାହାଡ଼ ଉପରୁ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର। ମୃତକ ହେଲେ କମାରଯୋଡ଼ା ତାରିଣୀ ଛକ ଅଞ୍ଚଳର ୧୧ ବର୍ଷିୟ କ୍ରିଷ୍ଣା କାଳନ୍ଦୀ। ଅଭିଯୋଗ ଅନୁଯାୟୀ, ବାପା-ମାଆ ଛେଉଣ୍ଡ କ୍ରିଷ୍ଣା ନିଜ ବିବାହିତା ଭଉଣୀ ପୂର୍ଣ୍ଣିମା ଓ ଶଯ୍ୟାଶାୟୀ ଆଈ ସହ ରହୁଥିଲେ।

ଗତ ବୁଧବାର ତାଙ୍କ ଭିଣୋଇ ଆରିୟା ନାଏକ ଲୁହା ଆଣିବାକୁ କହି କ୍ରିଷ୍ଣାକୁ ସାଙ୍ଗରେ ନେଇଯାଇଥିଲେ। କିନ୍ତୁ ପରଠାରୁ କ୍ରିଷ୍ଣା ଆଉ ଘରକୁ ଫେରିନଥିଲେ। ପରେ ଆରିୟା ଘରକୁ ଆସି କ୍ରିଷ୍ଣାକୁ ବାତ ମାରିଥିବା ଓ ସେ ଅଚେତ୍ ହୋଇ ପାହାଡ଼ରେ ପଡ଼ିଥିବା କହିଥିଲେ । ଗାଡ଼ି ନେଇ ପରେ ତାକୁ ନେଇ ଆସିବି ବୋଲି କହିଥିଲେ। ତେବେ ଗତକାଲିଠାରୁ ନାବାଳକର ଭିଣୋଇ ଫେରାର ଥିବା ସୂଚନା ମିଳିଛି।

ସେପଟେ ମୃତକଙ୍କ ମାମୁ ରାଜୁ ମୁଣ୍ଡା ଏହା ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ପୋଲିସ ଖୁଣ୍ଟପାଣି ପାହାଡ଼ ଉପରେ ଥିବା ଗଛ ତଳୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଯୋଡ଼ା ପୋଲିସ କହିଛି ।

ad-week
Leave A Reply

Your email address will not be published.