
ତ୍ରିପୁରା : ତ୍ରିପୁରା ଡିଜିପି ଅନୁରାଗ ଧନଖଡ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଜୀବନ ହାରିଛନ୍ତି । ଅଫିସ୍ କ୍ୟାବିନ ଭିତରୁ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣା ପରେ ତାଙ୍କୁ ତୁରନ୍ତ ଅଗରତାଲର ଜିବି ହସପିଟାଲରେ ଭର୍ତ୍ତି କରାଯାଇଥିଲ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁ ପରେ ପୋଲିସ ମହଲରେ ଚର୍ଚ୍ଚା ଧରିଛି । ଅଗରତାଲା ଜିବି ହସପିଟାଲରେ ତାଙ୍କ ମୃତଦେହ ରହିଛି । କେଉଁ ପରିସ୍ଥିତିରେ ଏଭଳି ପଦକ୍ଷେପ ନେଇଛନ୍ତି, ତାହାର ତଦନ୍ତ କରାଯାଉଛି ।
ଧନଖଡ ୧୯୯୪ ବ୍ୟାଚ୍ ର ଆଇପିଏସ୍ ଅଧିକାରୀ । ଧନଖଡ଼ଙ୍କ ମୃତ୍ୟୁ ପରେ ଏଜେନ୍ସୀ ଯାଞ୍ଚ କରୁଛି । ନିଜ ସର୍ଭିସ ପିସ୍ତଲରେ ନିଜକୁ ଗୁଳି ମାରିଛନ୍ତି । ଏହି ଘଟଣା ପରେ ତାଙ୍କୁ ତୁରନ୍ତ ଅଗରତାଲର ଜିବି ହସପିଟାଲରେ ଭର୍ତ୍ତି କରାଯାଇଥିଲ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ କେଉଁ କାରଣ ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛନ୍ତି, ତାହା ଏଯାଏଁ ଜଣାପଡିନାହିଁ । ମାମଲାର ଯାଞ୍ଚ ଆରମ୍ଭ ହୋଇଛି ।
୨୦୨୫ରେ ଅନୁରାଗ ଧନଖଡ଼ ତ୍ରିପୁରା ଡିଜିପି ପଦବୀ ଚାର୍ଜ ନେଇଥିଲେ । ତେବେ ଘଟଣାର ଯାଞ୍ଚ ଚାଲିଛି ।
