
ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲରେ କୋଭିଡ୍ ପଜିଟିଭ୍ । ୫୦ ବର୍ଷ ବୟସ୍କା ଜଣେ ମହିଳାଙ୍କ ଠାରେ କୋଭିଡ ଭୂତାଣୁ ଚିହ୍ନଟ ହୋଇଛି । ତାଙ୍କୁ ଆଇସୋଲେସନରେ ରଖାଯାଇଛି । ତାଙ୍କର ଟ୍ରାଭେଲ୍ ହିଷ୍ଟ୍ରି ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ସଂପୃକ୍ତ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ତେବେ ଏହାକୁ ନେଇ ଭୟଭୀତ ନହେବାକୁ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଡାକ୍ତର ସନ୍ତୋଷ ମିଶ୍ର କହିଛନ୍ତି ।
ଥଣ୍ଡା, କାଶ, ଜ୍ୱର ପରି ଭଳି ଏହା ଭୂତାଣୁ ସଂକ୍ରମଣରୁ ହୋଇଛି । ଅନ୍ୟ ଭାଇରସ୍ ଭଳି କୋଭିଡ ଭୂତାଣୁ ସଂକ୍ରମଣ କରୁଛି । ଏଣୁ ଏହାକୁ ନେଇ ବ୍ୟସ୍ତ ହେବାର କିଛି ନାହିଁ । ସେହିପରି ଏମକେସିଜି ମେଡିକାଲ କଲେଜ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡାକ୍ତର ସୁଦୀପା ଦାଶ ମଧ୍ୟ ସମାନ କଥା କହିଛନ୍ତି । କୋଭିଡ ଭାରିଆଣ୍ଟ ଦୁର୍ବଳ । ତେଣୁ କୋଭିଡକୁ ନେଇ ଡରିବାର କିଛି କାରଣ ନାହିଁ ବୋଲି ସେ କହିଛନ୍ତି ।
