ଅଗଷ୍ଟ ୪ରେ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗଞ୍ଜାମ ଗସ୍ତ, ସଡ଼କ ପଥରେ ବ୍ରହ୍ମପୁରରୁ ତପ୍ତପାଣି ଯିବେ

add-all

ବ୍ରହ୍ମପୁର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୪ ଓ ୫ ତାରିଖରେ ଗଞ୍ଜାମ ଜିଲା ଗସ୍ତରେ ଆସିବା କାର୍ଯ୍ୟକ୍ରମ ଏକପ୍ରକାର ଚୂଡ଼ାନ୍ତ ହୋଇଛି। କାର୍ଯ୍ୟସୂଚୀ ସମ୍ପର୍କରେ ସବିଶେଷ ସୂଚନା ମିଳି ନ ଥିଲେ ସୁଦ୍ଧା ଆପାତତଃ ସ୍ଥିର ହୋଇଥିବା କାର୍ଯ୍ୟକ୍ରମ ଅନୁସାରେ ରାଷ୍ଟ୍ରପତି ଗଞ୍ଜାମ ଜିଲାର ତଣ୍ଡପାଣି ଉଷ୍ଣପ୍ରସ୍ରବଣ ପରିଦର୍ଶନରେ ଯିବା ସ୍ଥିର ହୋଇଛି। ରାଷ୍ଟ୍ରପତି ୪ ତାରିଖ ସକାଳୁ ଭୁବନେଶ୍ବରରୁ ଟ୍ରେନ୍ ଯୋଗେ ଆସି ବ୍ରହ୍ମପୁରରେ ପହଞ୍ଚିବେ। ପରେ ବ୍ରହ୍ମପୁରରୁ ସଡ଼କ ପଥରେ ତପ୍ତପାଣି ଯିବେ। ଅପରାହ୍ଣରେ ତପ୍ତପାଣି ଉଷ୍ଣପ୍ରସ୍ରବଣ ପରିଦର୍ଶନ କରିବା ପରେ ରାଷ୍ଟ୍ରପତି ସେଠାରେ ଥିବା ମା’ କନ୍ଧୁଣି ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ତପ୍ତପାଣିରୁ ଫେରିବା ପରେ ରାତିରେ ଗୋପାଳପୁର କିମ୍ବା ଆର୍ମି ଏଡି କଲେଜ ପରିସରରେ ରାତ୍ରିଯାପନ କରିବା ସମ୍ଭାବନା ରହିଛି। ୫ ତାରିଖ ସକାଳୁ ରାଷ୍ଟ୍ରପତି ବ୍ରହ୍ମପୁରରୁ ଟ୍ରେନ୍ ଯୋଗେ ଭୁବନେଶ୍ବର ଯାଇ ସେଠାରୁ ବିମାନ ଯୋଗେ ନୂଆଦିଲ୍ଲୀ ଫେରିବା ଆପାତତଃ ଯୋଜନା ରହିଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା ସହ ଅନ୍ୟାନ୍ୟ ପୋଟ୍ରୋକଲ ବ୍ୟବସ୍ଥା ଚୂଡ଼ାନ୍ତ କରାଯିବାକୁ ରାଷ୍ଟ୍ରପତି ଭବନରୁ ନିର୍ଦେଶ ଆସିଛି।

ad-week
Leave A Reply

Your email address will not be published.