ଦକ୍ଷିଣ ମୋଡ ନେଲେ ୩ ରଥ

add-all

ପୁରୀ : ନବଦିନାତ୍ମକ ଯାତ୍ରାରେ ଶ୍ରୀଜୀଉ। ଜନ୍ମବେଦିରେ ସରିଆସୁଛି ଲୀଳାଖେଳା। ଆଉ ଦିନକ ପରେ ବାହୁଡା ଯାତ୍ରା। ରତ୍ନବେଦିକୁ ଫେରିବେ ମହାପ୍ରଭୁ। ବାହୁଡା ପୂର୍ବରୁ ରଥ ଦକ୍ଷିଣ ମୋଡ ହୋଇଛି। ଆଜ୍ଞାମାଳ ବିଜେ ପରେ ଗତକାଲି ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଦକ୍ଷିଣ ମୋଡ ନେଇଥିବା ବେଳେ ଆଜି କାଳିଆ ସାଆନ୍ତଙ୍କ ନନ୍ଦିଘୋଷ, ବଡ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥର ଦକ୍ଷିଣ ମୋଡ ହୋଇଛି। ଦକ୍ଷିଣ ମୋଡ ପରେ ନାକଚଣା ଦ୍ୱାର ସମ୍ମୁଖରେ ଲାଗିବ ତିନି ରଥ। ପ୍ରଭୁଙ୍କୁ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଛି। ଭିଡକୁ ଧ୍ୟାନରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା, ପୁଲିସ ଫୋର୍ସ ମୁତୟନ, ଟ୍ରାଫିକ ଏବଂ ଭିଡ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ad-week
Leave A Reply

Your email address will not be published.