
କେନ୍ଦ୍ରାପଡା : ଶିକ୍ଷକ ଅଭାବ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଗ୍ରାମବାସୀ । ଶିକ୍ଷକ ନିଯୁକ୍ତି ଦାବିରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଫିସ ଆଗରେ ଧାରଣା । କେନ୍ଦ୍ରାପଡା ବ୍ଲକ ଢୋଲ ପଞ୍ଚାୟତର ମା’ ମଙ୍ଗଳା ଉଚ୍ଚ ବିଦ୍ୟାପୀଠରେ ଦୀର୍ଘ ଦିନ ହେବ ଶିକ୍ଷକ ପଦବୀ ଖାଲି ପଡିଛି । ମାତ୍ର ଦୁଇଜଣ ଶିକ୍ଷକରେ ଚାଲିଛି ବିଦ୍ୟାଳୟ ।
ଜଣେ ପ୍ରଧାନଶିକ୍ଷକ ଓ ଆଉଜଣେ ଖେଳ ଶିକ୍ଷକ । ୮୫ ଛାତ୍ରଛାତ୍ରୀ ଙ୍କ ଭାଗ୍ୟ ଏବେ ଅନ୍ଧାରରେ । ପାଠପଢା ସମ୍ପୂର୍ଣ୍ଣ ଠପ । ଆଗକୁ ଆସୁଛି ପରୀକ୍ଷା। ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ନିକଟରେ ବାରମ୍ବାର ଦାବି ପରେ ମଧ ସେ କର୍ଣ୍ଣପାତ କରୁନାହାନ୍ତି । ବାଧ୍ୟ ହୋଇ ପଞ୍ଚାୟତବାସୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା ଦେଇଛନ୍ତି । ଏନେଇ ଗ୍ରାମବାସୀ ଓ ଅଭିଭାବକମାନେ ବାରମ୍ବାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି ।
