
ମାଲକାନଗିରି : ମାଲକାନଗିରି ଜିଲ୍ଲା ଭାରତୀୟ ଜନତା ପାର୍ଟି (ଭାଜପା) କାର୍ଯ୍ୟାଳୟ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିମାସର ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ସଫଳ ଆୟୋଜନ ଓ ବ୍ୟାପକ ପ୍ରସାର ପାଇଁ ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି ଓ ପ୍ରମୁଖ କାର୍ଯ୍ୟକର୍ତ୍ତା ଙ୍କ ଉପସ୍ତିସ୍ଥିରେ ଜିଲ୍ଲାର ପ୍ରମୁଖ ବିଜେପି ନେତୃବୃନ୍ଦ, କର୍ମକର୍ତ୍ତା ଏବଂ ବିଭିନ୍ନ ମଣ୍ଡଳର ପ୍ରତିନିଧିମାନେ ଯୋଗ ଦେଇଥିଲେ । ମନ୍ କି ବାତ୍ ଜିଲ୍ଲା ସ୍ତରୀୟ କର୍ମଶାଳ କର୍ମଶାଳାକୁ ସମ୍ବୋଧିତ କରି ଦଳୀୟ ବରିଷ୍ଠ କର୍ମୀ ତଥା ପୂର୍ବତନ ବିଧାୟକ ଡମ୍ବୁରୁ ଶୀଶା କହିଛନ୍ତି ଯେ ୨୦୧୪ ଅକ୍ଟୋବର ୩ ତାରିଖରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଆଜି କେବଳ ଏକ ରେଡିଓ କାର୍ଯ୍ୟକ୍ରମ ହୋଇ ରହିନାହିଁ, ବରଂ ଏହା ସମଗ୍ର ଦେଶରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର କୋଣ ଅନୁକୋଣରେ ଲୁଚି ରହିଥିବା ପ୍ରତିଭା, ସାଧାରଣ ଲୋକଙ୍କ ସଫଳ କାହାଣୀ ଏବଂ ସମାଜ ସଂସ୍କାରର ବାର୍ତ୍ତାକୁ ସମସ୍ତଙ୍କ ସମ୍ମୁଖକୁ ଆଣୁଛନ୍ତି । ଏହା ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ବଡ଼ ପ୍ରେରଣାର ଉତ୍ସ ପାଲଟିଛି ।
ପ୍ରତି ବୁଥ୍ ସ୍ତରରେ ଶୁଣା ଯାଉଥିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆଗାମୀ ‘ମନ୍ କି ବାତ୍’ କାର୍ଯ୍ୟକ୍ରମକୁ କିଭଳି ଜିଲ୍ଲାର ପ୍ରତିଟି ଗାଁ ଏବଂ ପ୍ରତିଟି ବୁଥ୍ ସ୍ତରରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଯାଇପାରିବ । ଏଥିପାଇଁ ବିଜେପି ପକ୍ଷରୁ ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯାଇଛି, ବୁଥ୍ ସ୍ତରୀୟ କମିଟି ଗଠନ: ପ୍ରତି ବୁଥ୍ରେ ସାଧାରଣ ଜନତା, ମହିଳା ଓ ଯୁବବର୍ଗଙ୍କୁ ଏକାଠି କରି କାର୍ଯ୍ୟକ୍ରମ ଶୁଣାଇବା ପାଇଁ ଦାୟିତ୍ୱ ବଣ୍ଟନ କରାଯାଇଛି । ଡିଜିଟାଲ୍ ପ୍ରଚାର ଓ ପ୍ରସାର ମାଧ୍ୟମରେ ସୋସିଆଲ ମିଡିଆ ଏବଂ ଡିଜିଟାଲ୍ ମାଧ୍ୟମ ବ୍ୟବହାର କରି କାର୍ଯ୍ୟକ୍ରମର ବାର୍ତ୍ତାକୁ ପ୍ରସାର କରାଯିବ। ସହ ସ୍ଥାନୀୟ ପ୍ରତିଭାଙ୍କୁ ସମ୍ମାନ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାରୁ ଅନୁପ୍ରାଣିତ ହୋଇ ସ୍ଥାନୀୟ ଅଞ୍ଚଳରେ ଭଲ କାମ କରୁଥିବା ଲୋକଙ୍କୁ ଚିହ୍ନଟ କରାଯିବ। ପାଇଁ କର୍ମକର୍ତ୍ତାଙ୍କୁ ଆହ୍ୱାନ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟ କର୍ମ ରେ ଉପତିସ୍ଥ କାର୍ଯ୍ୟକରାଣୀ ସଦସ୍ୟା ସନ୍ତୋଷିନୀ ପାତ୍ର,ମାଲକାନଗିରି ବ୍ଲକ ଉପାଧକ୍ଷ ନିରଞ୍ଜନ ହାଲଦାର ,ସାଧାରଣ ସମ୍ପାଦକ ମାଣିକ ଲାଲ ଚକ୍ରବର୍ତୀ, ନବଘନ ଲୋକେଇ, ଚିତ୍ରକୋଣ୍ଡା ମନ କି ବାତ୍ ପ୍ରଭାରୀ ଶ୍ରୀକାନ୍ତ ଚୌଧୁରୀ କର୍ମକର୍ତ୍ତାମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ, ‘ମନ୍ କି ବାତ୍’ ମାଧ୍ୟମରେ ଦଳର ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ମଜବୁତ କରାଯାଇପାରିବ । ଏହି କାର୍ଯ୍ୟକ୍ରମରେ ସମାଜର ସବୁ ବର୍ଗର ଲୋକଙ୍କୁ କିଭଳି ସାମିଲ କରି ଏହାକୁ ଏକ ଉତ୍ସବର ରୂପ ଦେବାକୁ ପରାମର୍ଶ ଦିଆଯାଇଛି । ଶେଷରେ ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି ଓ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଏହି ଅଭିଯାନକୁ ସଫଳ କରିବା ପାଇଁ ସଂକଳ୍ପ ନେଇଥିଲେ ।
