ମହିଳା ସାଂସଦଙ୍କୁ ଅପମାନ କରି ସଂସଦର ମୌସୁମୀ ଅଧିବେଶନରୁ ଟିଏମସି ସାଂସଦ ନିଲମ୍ବିତ

add-all

ନୂଆଦିଲ୍ଲୀ: ଦଳରେ ବିଭାଜନ ସତ୍ତ୍ୱେ ମମତା ବାନାର୍ଜୀଙ୍କ ପ୍ରତି ବିଶ୍ୱସ୍ତ ରହିଛନ୍ତି ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ। ଆଜି ତାଙ୍କୁ ସଂସଦ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଇଛି। କାରଣ ମହିଳା ସାଂସଦଙ୍କ ପ୍ରତି ଅପମାନଜନକ ଟିପ୍ପଣୀ ଦେଇଛନ୍ତି ସାଂସଦ। ଯାହା ନାର୍ଜୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ଥ ହୋଇଛି । ସେ ଆଉ ମୌସୁମୀ ଅଧିବେଶନରେ ଭାଗ ନେଇ ପାରିବେ ନାହିଁ। ଲୋକସଭାରେ ଆଜି ଅଧ୍ୟକ୍ଷତା କରୁଥିବା କୃଷ୍ଣା ପ୍ରସାଦ ଟେନେଟୀ ସାଂସଦଙ୍କୁ ଗୃହ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ।

ବୁଧବାର ଦିନ ହଟ୍ଟଗୋଳ ଯୋଗୁଁ ଲୋକସଭା ମୁଲତବୀ ହେବା ପରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ଏବଂ ତାଙ୍କ ପୂର୍ବତନ ଦଳୀୟ ସହଯୋଗୀ ନ୍ୟାସନାଲ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ (ଏନସିପିଆଇ)ର କିଛି ସାଂସଦଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଏନସିପି ନେତା ମିତାଲି ବାଗ୍, ଶତାବ୍ଦୀ ରାୟ ଏବଂ କାକୋଲି ଘୋଷ ଦସ୍ତିଦାର ସାମିଲ ଥିଲେ। କିଛି ବିରୋଧୀ ସାଂସଦ ହସ୍ତକ୍ଷେପ କରି ଉଭୟ ପକ୍ଷକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। କିଛି ବିରୋଧୀ ସାଂସଦ ଘଟଣା ବିଷୟରେ ପଚାରିବାରୁ କଲ୍ୟାଣ ବାନାର୍ଜୀ ଗୃହରୁ ଚାଲିଯାଇଥିଲେ।

ମିତାଲି ବାଗ୍, କାକୋଲି ଘୋଷ ଏବଂ ଅନ୍ୟ ଅନେକ ଏନସିପିଆଇ ସାଂସଦ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଭେଟି ଅଭିଯୋଗ କରିଥିଲେ। ବାଚସ୍ପତି ଲିଖିତ ଅଭିଯୋଗ ଦାଖଲ କରିବାକୁ ପରାମର୍ଶ ଦେଇଥିଲେ। ଅପରାହ୍ନ ୨ଟା ସମୟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ସାଂସଦ କୃଷ୍ଣ ପ୍ରସାଦ ଟେନେଟୀ ଅଧ୍ୟକ୍ଷତା କରୁଥିବା ସମୟରେ ସାଂସଦ କଲ୍ୟାଣ ବାନାର୍ଜୀଙ୍କ ପ୍ରତି ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଗୃହକୁ ଅବଗତ କରାଇଥିଲେ। ବାନାର୍ଜୀ ମୌସୁମୀ ଅଧିବେଶନର ଆଗାମୀ କାର୍ଯ୍ୟ ଦିବସରୁ ନିଲମ୍ବିତ ହୋଇଛନ୍ତି। ସେ ମହିଳାଙ୍କ ସାଂସଦଙ୍କ ପ୍ରତି ଯେଉଁ ଅଭଦ୍ର ଟିପ୍ପଣୀ କରିଛନ୍ତି ତାହା ଗୃହର ମର୍ଯ୍ୟାଦା ଭଙ୍ଗ କରିଛି।

ad-week
Leave A Reply

Your email address will not be published.