ଠକେଇର ଶିକାର ହେଲେ ଗୋଲ୍ଡେନ୍ ଆୱାର ଭିତରେ ଫୋନ୍ କରନ୍ତୁ : କ୍ରାଇମବ୍ରାଞ୍ଚ ଏଡିଜି

add-all

ଭୁବନେଶ୍ୱର: ରାଜ୍ୟରେ ମାତିଛନ୍ତି ସାଇବର ଲୁଟେରା। ଗୋଟିଲ କ୍ଲିକ୍‌ରେ ଆକାଉଣ୍ଟ ସଫା ହୋଇଯାଉଛି ଆଉ ନିରୀହ ଲୋକ ଠକାମୀର ଶିକାର ହୋଇ ମୁଣ୍ଡରେ ହାତ ଦେଇ ବସୁଛନ୍ତି।

ବର୍ତ୍ତମାନ ସବୁଠାରୁ ଚିନ୍ତାଜନକ କଥା ହେଉଛି ଏବେ ରାଜ୍ୟରେ ଫୁଲ ଆକ୍ଟିଭ୍ ଅଛନ୍ତି ସାଇବର ଲୁଟେରା। ଯାହାକୁ ନେଇ ଆଜି ରାଜ୍ୟ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ପ୍ରେସମିଟ୍ କରି ଲୋକଙ୍କୁ ସଚେତନ କରାଇଛନ୍ତି।

ସାଇବର ଲୁଟେରା ମାନେ କେମିତି ଲୁଟ୍ କରୁଛନ୍ତି ତାହାର ଏକ ଡେମୋ ଭିଡିଓ ଜାରି କରିଛି ରାଜ୍ୟ କ୍ରାଇବ୍ରାଞ୍ଚ। ଫୋନ୍ ନମ୍ବରରୁ ଆସୁଥିବା ମେସେଜ ଉପରେ କ୍ଲିକ୍ କରନ୍ତୁ ନାହିଁ।

ଆଲଫାବେଟିକାଲ୍ ଲେଟରରୁ ମେସେଜ ଆସିଥିଲେ ଖୋଲିପାରିବେ। ଠକାମିର ଶିକାର ହେଲେ ଘଣ୍ଟାଏ ଭିତରେ କଲ୍ କଲେ ଆକ୍ସନ୍ ନିଆଯିବ। ଗୋଲଡେନ୍ ଆୱାର ଭିତରେ ଫୋନ୍ କଲେ ହିଁ କିଛି ସୁଫଳ ମିଳିପାରିବ ବୋଲି ଏଡିଜି ସଞ୍ଜୀବ ପଣ୍ଡା ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.