ସେତୁ ଓ ପାୱାର ପ୍ଲାଣ୍ଟକୁ ଟାର୍ଗେଟ୍ କରିବୁ, ଇରାନକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ

add-all

ୱାଶିଂଟନ:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି। ହର୍ମୁଜ୍ ପ୍ରଣାଳୀରେ କୌଣସି ଜାହାଜ ଉପରେ ଆକ୍ରମଣ ହେଲେ ଆମେରିକା ଇରାନର ସେତୁ ଏବଂ ପାୱାର ପ୍ଲାଣ୍ଟଗୁଡ଼ିକୁ ଲକ୍ଷ୍ୟ କରି ବୋମାମାଡ଼ କରିବ ବୋଲି ସେ କହିଛନ୍ତି।

ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ପୋଷ୍ଟରେ ଟ୍ରମ୍ପ କହିଛନ୍ତି, ଏବେଠାରୁ ଯଦି ଇରାନ ହର୍ମୁଜ୍ ପ୍ରଣାଳୀରେ କୌଣସି ଜାହାଜ ଉପରେ କ୍ଷେପଣାସ୍ତ୍ର, ରକେଟ୍, ଡ୍ରୋନ୍ କିମ୍ବା ଅନ୍ୟ କୌଣସି ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରେ, ତେବେ ତାହାର ପ୍ରତିଶୋଧ ସ୍ୱରୂପ ଆମେରିକା ଇରାନର ଏକ ସେତୁ କିମ୍ବା ପାୱାର ପ୍ଲାଣ୍ଟ ଉପରେ ବୋମାମାଡ଼ କରିବ। ଏହି ଲକ୍ଷ୍ୟସ୍ଥଳୀ ମଧ୍ୟରେ ରାଜଧାନୀ ତେହେରାନ କିମ୍ବା ଏହାର ନିକଟବର୍ତ୍ତୀ ସେତୁ ଓ ବିଦ୍ୟୁତ୍ କେନ୍ଦ୍ର ମଧ୍ୟ ଅନ୍ତର୍ଭୁକ୍ତ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।ଏହି ଚେତାବନୀ ମଧ୍ୟରେ ବୁଧବାର ପ୍ରତ୍ୟୁଷରେ ଆମେରିକା ପକ୍ଷରୁ ଇରାନର ପାଞ୍ଚଟି ସହର ଉପରେ ଏକକାଳୀନ ବାୟୁ ଓ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଥିବା ଖବର ମିଳିଛି। ଇରାନୀ ଅଧିକାରୀଙ୍କ ସୂଚନା ଅନୁସାରେ ଚାବାହାର, କୋନାରାକ, ତାବ୍ରିଜ୍, ବେହବାହାନ ଏବଂ ଓମିଦିୟେହ ସହରକୁ ଟାର୍ଗେଟ୍ କରାଯାଇଥିଲା।

ସୂଚନା ଅନୁଯାୟୀ, ଯୁଦ୍ଧବିରତି ଭଙ୍ଗ ହେବା ପରଠାରୁ ଏହା ଲଗାତାର ୧୧ତମ ରାତିର ଆମେରିକୀୟ ଆକ୍ରମଣ। ଏହାକୁ ନେଇ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଥିବା ବେଳେ ଆଗାମୀ ଦିନରେ ପରିସ୍ଥିତି ଅଧିକ ଜଟିଳ ହେବାର ଆଶଙ୍କା ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.