ନୟାଗଡ଼ରେ କଂଗ୍ରେସ ଦ୍ଵାରା ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

add-all


ନୟାଗଡ଼ : ଦେଶରେ ହୋଇଥିବା NEET ପେପର ଲିକ ଘଟଣା, ରାମ ମନ୍ଦିର ଚାନ୍ଦ ଲୁଟ ଘଟଣାରେ ମୌସୁମୀ ଅଧିବେଶନ ଚାଲିଥିବା ସମୟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ଆବାସ ସାମନାରେ ଧାରଣାରେ ବସିଥିଲେ ।ମାତ୍ର ମୋଦି – ଶାହାଙ୍କ ଇଙ୍ଗିତରେ ଦିଲ୍ଲୀ ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ତାର ପ୍ରତିବାଦ ସ୍ୱରୂପ ନୟାଗଡ଼ ଟ୍ରାଫିକ ଛକ ଠାରେ ପ୍ରତିକୂଳ ପାଗ ସତ୍ତ୍ୱେ ଅନେକ କଂଗ୍ରେସ କର୍ମୀ ଯୋଗଦେଇ ଅପାରଗ ସରକାର, ଚାନ୍ଦା ଚୋର ସରକାର ଇତ୍ୟାଦି ନରା ଦେଇ ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ।

ad-week
Leave A Reply

Your email address will not be published.