
ନୀଳଗିରି: ବାଘ ସହ ୩ ଘଣ୍ଟା ଲଢେଇ କରି ମେଡିକାଲରେ ଭର୍ତ୍ତି ହେଲେ ଯୁବକ । ନିଜର ବଳଦକୁ ଖୋଜିବାକୁ ଯାଇ ବାଘ ସହ ହୋଇଥିଲେ ମୁହାଁ ମୁହିଁ । କୂଲଡିହା ଅଭୟାରଣ୍ୟରେ ମହାବଳ ବାଘୁଣୀ ଯମୁନା କରିଛି ଆକ୍ରମଣ । ଯୁବକ ଗୁରୁତର ହୋଇ ନୀଳଗିରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବାଲିଆନାଳ ବିଟ ଅଧିନ ନଟାପଡା ଅଞ୍ଚଳର ସୁନୀଲ କୁମାର ସିଂ ବଳଦ ଖୋଜୁଥିବା ବେଳେ ବାଘୁଣୀ ହଠାତ୍ ଅତର୍କିତ ଆକ୍ରମଣ କରିଥିଲା ।
