ଘର ଭିତରେ ମାଡିଗଲା ବାଲି ବୋଝେଇ ହାଇୱା ଅଳ୍ପକେ ବର୍ତ୍ତିଲେ ଗୃହକର୍ତ୍ତା……!

add-all


ସରକାରଙ୍କ ପକ୍ଷରୁ ବାଲି ଉଠାଣ ବନ୍ଦକୁ ମାଫିଆ ମାନଙ୍କ ପକ୍ଷରୁ ଫୁ …..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଇଲାକାର ରେଡ଼ି ଦାମଦର ପଲ୍ଲୀ ଗ୍ରାମର କେ.ବାଇରି ଆଚାରୀ ନାମକ ବ୍ୟକ୍ତିଙ୍କ ଗୃହ ଭିତରେ ଏକ ବାଲି ବୋଝେଇ ହାଇୱା ମାଡ଼ି ଯାଇଛି। ରାଜ୍ୟ ସରାକର ବର୍ଷା ଦିନ ସକାଶେ ଅକ୍ଟୋବର ମାସ ପର୍ଯ୍ୟନ୍ତ ନଦୀରୁ ବାଲି ଉଠାଣ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିର୍ଦ୍ଧେଶ ନାମା ଜାରି କରିଛନ୍ତି। ହେଲେ ବାଲି ମାଫିଆ ମାନେ ସରକାଙ୍କ ଫର୍ମାନ ମାନୁନାହାନ୍ତି। ଧରାକୋଟ ଅଞ୍ଚଳରୁ ରୀତିମତ ଚୋରା ଚୋରା ବାଲି ଚାଲାଣ ହେଉଛି। ଆଜିର ଏହି ଦୁର୍ଘଟଣା ପରେ ଆର ଦାମଦର ପଲ୍ଲୀ ରେ ଉତ୍ତେଜନା ଲାଗିରହିଛି। ଉକ୍ତ ଗୃହ ନିକଟରେ ଏକ ବିଦ୍ୟୁତ ବିଭାଗ ର ଟ୍ରାନ୍ସଫରମୋର ରହିଛି। ଚୋରା ବାଲି ଧରି ଯାନବାହାନ ଗୁଡ଼ିକ ଦୃତ ଗତିରେ ଯାଉଥିବା ଯୋଗୁଁ ଦୁର୍ଘଟଣା ଗ୍ରସ୍ତ ହେଉଥିବା ଲକ୍ଷ କରାଯାଇଛି।

ad-week
Leave A Reply

Your email address will not be published.